ଜିଲ୍ଲାରେ ବଢ଼ି ଚାଲିଛି କରୋନା ସଂକ୍ରମଣ : ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ କରୋନା ସଂକ୍ରମଣର ‌ଦ୍ୱିତୀୟ ଲହର ପ୍ରତି ଦିନ ବଢିବାରେ ଲାଗିଛି । ଗତ ତିନିଦିନ ମଧ୍ୟରେ ଜିଲ୍ଲାରେ ସଂକ୍ରମଣଙ୍କ ସଂଖ୍ୟା ୧୮୫ ଜଣ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୭ ତାରିଖରେ ସଂକ୍ରମଣ ୪୮ ଥିବା ବେଳେ ୮ ତାରିଖରେ କ୍ରମଶଃ ବୃଦ୍ଧି ପାଇ ୫୩ ହୋଇଥିଲା । ଆଜି ଏହା ୮୪କୁ ବୃଦ୍ଧି ପାଇଛି । ଅପରପକ୍ଷରେ ରାଜ୍ୟରେ ଟୀକା ଅଭାବ ଯୋଗୁଁ ଜିଲ୍ଲାର ସମସ୍ତ ଟୀକାକରଣ କେନ୍ଦ୍ର ସମେତ ସମସ୍ତ ଘରୋଇ ଡାକ୍ତରଖାନାରେ ମଧ୍ୟ ଟୀକାକରଣ ବନ୍ଦ ରହିଛି । ଏହି ଅବସ୍ଥାରେ ପୂର୍ବ ପରି ସଚେତନତା ସର୍ବଶ୍ରେଷ୍ଠ ଆବଶ୍ୟକ ବୋଲି ବିଶେଷଜ୍ଞ ମାନେ ମତ ଦେଉଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ଆଦେଶ ମୁତାବକ ରାତ୍ରୀ କାଳୀନ କର୍ପ୍ୟୁ ବଳବତ୍ତର ରହିବା ସହ ଯାନବାହାନ ଚଳାଚଳରେ କଟକଣା ଲଗା ହୋଇଛି । ସୀମାନ୍ତ ଅଞ୍ଚଳର ରାସ୍ତା ଅବରୋଧ ସହ ପଡୋଶୀ ରାଜ୍ୟ ଛତିଶଗଡ଼ରୁ ଜିଲ୍ଲା ମଧ୍ୟକୁ ଆସୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ତାଙ୍କ ସମ୍ପୂର୍ଣ୍ଣ ବିବରଣୀ ପ୍ରଶାସନ ପାଖରେ ରହୁଛି । ସେହିପରି ଆଜିଠୁ ମାକ୍ସ ପିନ୍ଧିବା ଉପରେ ଗୁରୁତ୍ୱାରୋପ କରାଯାଇଛି ।

Leave A Reply

Your email address will not be published.