ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଇଥିଲେ : ଦେଢ଼ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଦେଢ଼ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ସହରର ଶାସ୍ତ୍ରୀ ଛକ ନିକଟସ୍ଥ ଷ୍ଟେଟ ବ୍ୟାଙ୍କ ବଜାର ଶାଖା ସମ୍ମୁଖରେ ଦୁଇ ଜଣ ଦୁର୍ବୃତ୍ତ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଇଥିବା ଜଣେ ଯୁବକଙ୍କଠାରୁ ଦୁଇ ଜଣ ଦୁର୍ବୃତ୍ତ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିବା ଟିଟିଲାଗଡ ଥାନାରେ ଅଭିଯୋଗ ହୋଇଛି । ସୂଚନା ମୁତାବକ, ଆଜି ପୂର୍ବାହ୍ନ ୧୧ ଟା ସମୟରେ ହାଟପଦା ପଡ଼ାର ପ୍ରଦୀପ୍ତ କୁମାର ଜେନା ବଜାର ଶାଖାକୁ ଦେଢ଼ ଲକ୍ଷ ଟଙ୍କା ଜମା କରିବାକୁ ଯାଇଥିଲେ । ବ୍ୟାଙ୍କ ସମ୍ମୁଖରେ ବାଇକକୁ ଷ୍ଟାଣ୍ଡ ମାରିଥିବା ସମୟରେ ସେଠାରେ ଛିଡ଼ା ରହିଥିବା ଦୁଇ ଜଣ ଦୁର୍ବୃତ୍ତ ପ୍ରଦୀପ୍ତ ହାତରେ ଧରିଥିବା ଟଙ୍କା ଭର୍ତ୍ତି ବ୍ୟାଗକୁ ଲୁଟି ନେଇଥିଲେ । ସେହି ସମୟରେ ପ୍ରଦୀପ୍ତ ଲୁଟେରା ମାନଙ୍କୁ ଘଉଡାଇ ବାଇକ୍ ପଛେ ବସିଥିବା ଦୁର୍ବୃତକୁ ଧରି ପକାଇଥିବା ବେଳେ ଦୁର୍ବୃତ୍ତ ତାଙ୍କୁ ଧକ୍କା ମାରିବାକୁ ପ୍ରଦୀପ୍ତ ତଳେ ପଡିଯାଇଥିଲେ । ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଟଙ୍କା ଭର୍ତ୍ତି ବ୍ୟାଗକୁ ଧରି ଏକ ବାଇକରେ ଫେରାର ମାରିଥିଲେ । ପରେ ପ୍ରଦୀପ୍ତ ସ୍ଥାନୀୟ ପୋଲିସ ଷ୍ଟେସନରେ ପହଞ୍ଚି ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗକୁ ଗ୍ରହଣ କରି ଅଭିଯୁକ୍ତକୁ ଠାବ କରିବା ପାଇଁ ତନାଘନା ଉଦ୍ୟମ ଚଳାଇବା ସହ ବ୍ୟାଙ୍କର ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିବା ଜଣାଯାଇଛି ।

Leave A Reply

Your email address will not be published.