
ଟିଟିଲାଗଡ, (ଗୌରବ ଦର୍ଜୀ) : ସରସ୍ୱତୀ ମେମୋରିଆଲ୍ ଟ୍ରଷ୍ଟ ପକ୍ଷରୁ ଟିଟିଲାଗଡ ସହରର ୧୦ଟି ହାଇସ୍କୁଲର ଗତ ୨୦୧୯ – ୨୦ ଶିକ୍ଷା ବର୍ଷରେ ମ୍ୟାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ପାଶ୍ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଟ୍ରଷ୍ଟର ପ୍ରତିଷ୍ଠାତା ଓ ମ୍ୟାନେଜିଂ ଟ୍ରଷ୍ଟି ବରିଷ୍ଠ ଶିକ୍ଷାବିତ ତଥା ଉଚ୍ଚ ଶିକ୍ଷା ବିଭାଗର ଅବସର ପ୍ରାପ୍ତ ଉପ ନିର୍ଦ୍ଦେଶକ ଡଃ ବିନୋଦ ବିହାରୀ ଜାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ଟିଟିଲାଗଡ ଉପଖଣ୍ଡ ପୋଲିସ ଅଧିକାରୀ ସୁରେନ୍ଦ୍ର ନାଥ ଶତପଥୀ ମୂଖ୍ୟ ଅତିଥି, ସ୍ତମ୍ଭକାର ତଥା ଡିଏଭି ମହାବିଦ୍ୟାଳୟର ପ୍ରାକ୍ତନ ଓଡିଆ ପ୍ରାଧ୍ୟାପକ ଅଜାମ୍ବର ମଲ୍ଲ ମୁଖ୍ୟ ବକ୍ତା ଏବଂ ଅବସରପ୍ରାପ୍ତ ଶିକ୍ଷାବିତ୍ ତଥା ଟିଟିଲାଗଡ ବରିଷ୍ଠ ନାଗରିକ ସଂଘର ସଭାପତି ଅଶ୍ୱିନୀ କୁମାର ମହାନ୍ତି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଯୁବ ସାମ୍ବାଦିକ ସତ୍ୟବ୍ରତ ପଣ୍ଡା ଏହି କାର୍ୟ୍ୟକ୍ରମରେ ମଂଚ ପରିଚାଳନା କରିଥିଲେ । ଏହି ସମ୍ବର୍ଦ୍ଧନା କାର୍ୟ୍ୟକ୍ରମରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଓମ୍ ପ୍ରକାଶ ପୃଷ୍ଟି, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ହୀନା ଖାତୁନ୍ ଓ ବର୍ଷା କୁମ୍ଭାର, ମହେଶ୍ୱର ହିନ୍ଦୀ ହାଇସ୍କୁଲର ନିଶା ବେହେରା, ମା’ ଘଂଟାସୁଣୀ ଟାଉନ୍ ହାଇସ୍କୁଲର ଅମର ମହାକୁଡ, ଧବଳେଶ୍ୱର ବିଦ୍ୟାପୀଠର ଶ୍ରୀମୟୀ ସାହୁ, ଓମ୍ ଭେଲି ସ୍କୁଲର ଶ୍ରେୟା ଷଡଙ୍ଗୀ, ପ୍ରଭାବତୀ ପବ୍ଲିକ ସ୍କୁଲର ପ୍ରତୀକ ରଞ୍ଜନ ହୋତା, ସେଂଟ ଆନି ସ୍କୁଲର ଉôକର୍ଷ ରାଜ ଏବଂ ଡିଏଭି ପବ୍ଲିକ ସ୍କୁଲର ପ୍ରୀତମ ବାଗଙ୍କୁ ମାଟ୍ରିକ ଶ୍ରେଣୀରେ ତାଙ୍କ ସ୍କୁଲ ସ୍ତରରେ ଟପ୍ପର୍ ହୋଇଥିବା ଯୋଗୁଁ ମାନପତ୍ର ଓ ମୋମେଂଟୋ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥିଙ୍କ ବ୍ୟତୀତ ବରିଷ୍ଠ ଚିକିତ୍ସକ ଡାକ୍ତର ଘନଶ୍ୟାମ ଜୈନ, ବରିଷ୍ଠ ଆଇନଜୀବୀ କୃଷ୍ଣଚନ୍ଦ୍ର ସାହୁ, ଶିକ୍ଷାବିତ୍ ଜଗନ୍ନାଥ ପଣ୍ଡା ଓ ସେବକ ଚରଣ ଦାଶ ପୁରସ୍କାର ବିତରଣ କରିଥିଲେ । ଜ୍ୟୋତି ପ୍ରକାଶ ଗଡତ୍ୟା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ୟ୍ୟକ୍ରମକୁ ସଫଳ କରିବାରେ ଧବଳେଶ୍ୱର ଦଳବେହେରା ସହେଯାଗ କରିଥିଲେ ।