କ୍ୟାନସର ରୋଗୀଙ୍କ ପାଇଁ କେଶଦାନ କଲେ ବର୍ଷା

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡରେ ଯୁବପିଢିଙ୍କ ମଧ୍ୟରେ ସମାଜସେବା ମନୋଭାବ ଧିରେ ଧିରେ ବଢିବାରେ ଲାଗିଛି । ଟିଟିଲାଗଡର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତା ସହିତ ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରି ଟିଟିଲାଗଡ ବାସୀଙ୍କୁ ଗୌରବାନ୍ଵିତ କରୁଛନ୍ତି । ତେବେ ଆଜି ଦେଖିବା ପାଇଁ ମିଳିଛି ଏକ ସମ୍ପୂର୍ଣ୍ଣ ଅଲଗା ଚିତ୍ର । ସାଧାରଣତଃ ଝିଅ ମାନଙ୍କ ଦୁର୍ବଳତା କହିଲେ ତାଙ୍କ କେଶ ହୋଇଥାଏ କିନ୍ତୁ ଆଜି ଟିଟିଲାଗଡ଼ ଡି ଏ ଭି ପବ୍ଲିକ ସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ବର୍ଷା ରାଣୀ ଛୁରା ନିଜ କେଶ କାଟି ମୁମ୍ବାଇର ଏକ ସଂସ୍ଥା ଯିଏକି କ୍ୟାନସର ପୀଡିତଙ୍କ ପାଇଁ କାମ କରେ ତାଙ୍କ ନିକଟକୁ ପଠାଇଛନ୍ତି । ତେବେ ବର୍ଷା କହିଛନ୍ତି ଯେ ଆମ କେଶ ତ ଥରେ କାଟିଲେ ଆଉ ଥରେ ବଢିଯିବ କିନ୍ତୁ ଯେଉଁ ମହିଳା ମାନେ ଥରେ କ୍ୟାନସର ଯୋଗୁଁ କେମୋ ଚିକିତ୍ସା କରୁଛନ୍ତି ତାଙ୍କ ଚୁଟି ଝଡିଗଲେ ଆଉ ଫେରେ ନାହିଁ ତେବେ ଏହି କେଶ ସେମାନଙ୍କ ପାଇଁ ବ୍ୟବହାର ହୋଇପାରିବ ବୋଲି ଜଣାଇଛନ୍ତି । ବାଲ୍ୟକାଳରୁ ସେ କ୍ୟାନସର ପୀଡ଼ିତଙ୍କୁ କେଶ ଦାନ କରିବା ପାଇଁ ଦେଖିଥିବା ସ୍ୱପ୍ନ ଆଜି ସାକାର ହେବାକୁ ଯାଉଥିବା ଦେଖି ସେ ବହୁତ୍ ଖୁସି ଥିବା କହିଛନ୍ତି । ତେବେ ବାସ୍ତୁବରେ ଏଇ କମ ବୟସରେ ଯେତେବେଳେ ଅନ୍ୟାନ୍ୟ ପୁଅ ଝିଅ ମୋବାଇଲ୍ରେ ଅନଲାଇନ୍ ଗେମ୍ ଓ ଅନ୍ୟାନ୍ୟ କାମରେ ମନୋନିବେଶ କରୁଥିବା ବେଳେ ବର୍ଷାଙ୍କ ମହତ ଚିନ୍ତାଧାରା ନିଶ୍ଚିତ ଭାବରେ ତାଙ୍କ ପାଇଁ ଏକ ଉଦାହରଣ ସଦୃଶ ହେବ ବୋଲି ବୁଦ୍ଧିଜୀବୀମାନେ ଚର୍ଚ୍ଚା କରୁଛନ୍ତି ।

Leave A Reply

Your email address will not be published.