ବସ ଓଲଟି ଜଣେ ମୃତ, ୨୫ରୁ ଉର୍ଦ୍ଧ୍ବ ଆହତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଯାତ୍ରୀବାହୀ ବସ ଓଲଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଉର୍ଦ୍ଧ ଆହତ ହୋଇଛନ୍ତି । ଆଜି ସଂଧ୍ୟାରେ ଭବାନୀପାଟଣାରୁ ମଣିବାବା ନାମକ ଏକ ଘରୋଇ ବସ ବାହାରି ନୂଆପଡା ଜିଲ୍ଲାର ଖରିଆର ଅଭିମୁଖେ ନୃସିଂହନାଥ ଆସୁଥିବା ବେଳେ ସିନ୍ଧେକେଲା ଥାନା ତୁର୍କୀଭଟା ଗାଁ ନିକଟରେ ଭାରସାମ୍ୟ ହରାଇ ଏକ ଵିଲକୁ ଖସି ପଡିଥିଲା । ତେବେ ବିଳ ହିଡ଼ରେ ବସିଥିବା ତୁର୍କୀଭଟା ଗାଁର ଜଣେ ନାବାଳକ ୧୪ ବର୍ଷର ସିନ୍ଧାନ୍ତ ଯାନୀ ଉପରେ ବସ ଟି ଓଲଟି ପଡିବାରୁ ଘଟଣାସ୍ଥଳରେ ନାବାଳକର ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଗୁରୁତର ଆହତ ଭୋଳା ଭୋଇ ବୋଲି ସୂଚନା ମିଳିଛି । ତେବେ ବସ ଟି ଦୁଇଜଣଙ୍କ ଉପରେ ଓଲଟି ପଡିବାରୁ ଘଟଣା ସ୍ଥଳରେ ସିନ୍ଧାନ୍ତ ଯାନୀର ମୃତ୍ୟୁ ଘଟିଥିବା ବେଳେ ଭୋଳା ଭୋଇ ମୃତ୍ୟୁ ସହ ସଂଗ୍ରାମ କରୁଛି । ଅପର ପକ୍ଷରେ ବସରେ ୫୦ ଜଣରୁ ଉର୍ଦ୍ଧ ଯାତ୍ରୀ ରହିଥିବା ବେଳେ ୨୫ରୁ ଉର୍ଦ୍ଧ୍ବ ଯାତ୍ରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ସିନ୍ଧେକେଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛି । ଅପର ପକ୍ଷରେ ତୁର୍କୀଭଟା ଗାଁ ଲୋକ ରାସ୍ତା ଅବରୋଧ କରି କ୍ଷତିପୂରଣ ଦାବୀ କରୁଥିବାରୁ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଛି । ସିନ୍ଧେକେଲା ପୋଲିସ ଗ୍ରାମବାସୀଙ୍କ ସହ ପରିସ୍ଥିତି ନିୟନ୍ତ୍ରଣ କରିବାଙ୍କୁ ଚେଷ୍ଟା କରୁଛି ।

Leave A Reply

Your email address will not be published.