ରେଳ ଉଡନ୍ତା ସେତୁ : ଠିକ୍ ସେ ଦେଖିକି ଉଡ଼ିବେ…..

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ପୋଲିସ ଷ୍ଟେସନ ନିକଟରେ ଲାଗିଥିବା ଏହି ବୋର୍ଡଟିକୁ ଦେଖନ୍ତୁ । ନିଶ୍ଚୟ ଯିବା ଆସିବା ସମୟରେ ଆଖିରେ ପଡ଼ିବ ଏହି ବୋର୍ଡ । ନବ ନିର୍ମିତ ରେଳବାଇ ଓଭର ବ୍ରିଜ ପାଇଁ ଲଗାଯାଇଛି ଏହି ବୋର୍ଡଟି । ଆଗକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଆସିବେ ଓ ଏହି ବ୍ରିଜକୁ ଉଦ୍ଘାଟନ କରିବେ ବୋଲି ବି ଚର୍ଚ୍ଚା ହେଉଛି । ବୋଧେ ସେଥିପାଇଁ ଲଗାଯାଇଛି ଏହି ବୋର୍ଡଟି । କଣ୍ଟାବାଞ୍ଜି ଆର୍ ଏଣ୍ଡ ବି ଡିଭିଜନ ଦ୍ଵାରା ଏହି ବୋର୍ଡ ଟି ଲାଗିଛି । “ରେଲୱେ ଓଭର୍‌ ବ୍ରିଜ”କୁ ଓଡ଼ିଆରେ ଅନୁବାଦ କରି “ରେଳ ଉଡନ୍ତା ସେତୁ” ଲେଖାଯାଇଛି । ଏହା କେତେ ଦୂର ଆପଣମାନଙ୍କୁ ଠିକ୍ ଲାୠିବ, ତାହା ଆପଣ ମାନଙ୍କ ଉପରେ ନିର୍ଭର କରୁଛି । ଉଡନ୍ତା ବ୍ରିଜ୍‌ ଭାବି ଏଠାରେ ଉଡ଼ିବା କଥା ନୁହଁ ବୋଲି ବୁ‌ଦ୍ଧିଜୀବୀମାନେ ଚ‌ର୍ଚ୍ଚା କରୁଛନ୍ତି ।

Leave A Reply

Your email address will not be published.