ଜିଏସଟିର ସରଳୀକରଣ କରିବାପାଇଁ ଭାରତ ବନ୍ଦ ଡାକରା ସଫଳ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଜିଏସଟିର ସରଳୀକରଣ କରିବା ଦାବୀ ନେଇ ସମଗ୍ର ଭାରତକୁ ବନ୍ଦ କରିବା ପାଇଁ ସର୍ବ ଭାରତୀୟ ବ୍ୟବସାୟୀ ସଂଘ ଦେଇଥିବା ବନ୍ଦ ଡାକରାର ପ୍ରଭାବ ଟିଟିଲାଗଡ଼ ସହରରେ ମଧ୍ୟ ଦେଖିବାକୁ ମିଳିଛି । ସକାଳ ୬ ଟାରୁ ସଂଧ୍ୟା ୬ ଟା ପର୍ୟ୍ୟନ୍ତ ଆଜି ସର୍ବ ଭାରତୀୟ ବ୍ୟବସାୟୀ ସଂଘ ବନ୍ଦ ଡାକରା ଦେଇଛି । ଆଜି ଟିଟିଲାଗଡ଼ ସହରରେ ସକାଳ ୬ ଟାରୁ ବଣିକ ସଂଘର ଡାକରାରେ ତେଜରାତି ସଂଘ, ବାରିକ ସଂଘ, ଡ୍ରଗିଷ୍ଟ ଏବଂ କେମିଷ୍ଟ ସଂଘ, କପଡା ବ୍ୟବସାୟୀ ସଂଘ, ସ୍ୱର୍ଣକାର ସଂଘ ସମେତ ଟିଟିଲାଗଡ଼ କଂଗ୍ରେସ କମିଟି ସମର୍ଥନ ଦେଇ ବନ୍ଦ ପାଳନରେ ସାମିଲ ରହିଛନ୍ତି । ଆଜି ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ସରକାରୀ କାର୍ୟ୍ୟାଳୟ, ଘରୋଇ ଏବଂ ସରକାରୀ ହାଇସ୍କୁଲ, ଅଟୋ, ଟ୍ୟାକ୍ସି, ବସ ଚଳାଚଳ, ବ୍ୟବସାୟିକ ପ୍ରତିଷ୍ଠାନ, ପେଟ୍ରୋଲ ପମ୍ପ ବନ୍ଦ ରହିଛି । ଜିଏସଟିର ସରଳୀକରଣ କରିବା ଦାବୀ ନେଇ ଆଜି ଟିଟିଲାଗଡ଼ ସହରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛି ବ୍ୟବସାୟୀ ସଂଘ ।

Leave A Reply

Your email address will not be published.