jayashree

ଷ୍ଟିଲ ସିଟି ସ୍କୁଲରେ ରାପିଡ୍ ଚେସ ଟୁର୍ଣ୍ଣାମେଣ୍ଟ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଚେସ ଆସୋସିଏସନ୍ ଓ ସେକ୍ଟର ୧୬ ଡିଏଭି ପବ୍ଲିକ ସ୍କୁଲର ମିଳିତ ଆନୁକୂଲ୍ୟରେ ଷ୍ଟିଲ ସିଟି ସ୍କୁଲ୍ ରାପିଡ୍ ଚେସ ଟୁର୍ଣ୍ଣାମେଣ୍ଟ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଫିଡେ ଆରବିଟର ପ୍ରକାଶ ଚନ୍ଦ୍ର ସାହୁଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିଏଭି ସ୍କୁଲର ଅଧ୍ୟକ୍ଷ ରାଜେଶ ଦାସ ଓ ଅଲ ଓଡିଶା ଚେସ ଆସୋସିଏସନ୍‌ର ପ୍ରାକ୍ତନ ସଭାପତି ଜି ସି ମହାପାତ୍ର ଅତିଥି ଭାବେ ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିଥିଲେ । ୭ ରାଉଣ୍ଡ ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟରେ ସହରର ୧୭ଟି ସ୍କୁଲର ବୟସ କେଟାଗୋରୀ ୫,୭,୯,୧୧,୧୩ ବୟସର ୧୧୭ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟକୁ ପରିଚାଳନାରେ ସୂରୁପାମୟୀ ଦାସ, ବିଷ୍ଣୁପ୍ରିୟା ସାମଲ, ଯଶୋବନ୍ତୀ ବେହେରା, ସତ୍ୟଜିତ ବାରିକ, ପ୍ରଭାସ ଦାସ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.