
ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ମୁରସୁଣ୍ଡ ଖେଳ ପଡିଆରେ ମୁରସୁଣ୍ଡ ସ୍ପୋର୍ଟସ ଆସୋସିଏସନ ପକ୍ଷରୁ ଚାଲିଥିବା ନୂଆଁଖାଇ କପ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଗତ ୯ ତାରିଖରୁ ଆରମ୍ଭ ହୋଇଥିବା ଏଇ ପ୍ରତିଯୋଗିତାରେ ମୋଟ ୧୬ଟି ଦଳ ଅଂଶ ଗ୍ରହଣ କରିଥିଲେ । ଲୋଇସିଂହା ଓ ଖଇରମାଲ୍ ଦଳ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍ ନିର୍ଦ୍ଧାରିତ ସମୟ ମଧ୍ୟରେ ଅମୀମାଂସିତ ରହିବାରୁ ଟ୍ରାଇବ୍ରେକରର ସହାୟତା ନିଆଯାଇଥିଲା । ଏଥିରେ ଲୋଇସିଂହା ଦଳ ବିଜୟୀ ହୋଇଥିଲା । କରୁଣାକର ପଧାନ, ଗୋପାଳ ପଧାନ, ରୋଶନ ମେହେର ଏବଂ ବିଜୟ ରଣା ଖେଳ ପରିଚାଳନା କରିଥିବାବେଳେ କୈଳାଶ ସେଟ ସହଯୋଗ କରିଥିଲେ । ସୁଶାନ୍ତ କୁମାର ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ । ଉଦଯାପନୀ ଉତ୍ସବରେ ସୁରେନ୍ଦ୍ର ପଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମିତି ସଭ୍ୟ ପବିତ୍ରମୋହନ ପଧାନ, ଡାକ୍ତର ମଞ୍ଜୁଳକାନ୍ତ ପଧାନ, ଶୁଭ୍ରାଂଶୁ ଶେଖର ସାହୁ, ଅବସରପ୍ରାପ୍ତ ସୈନିକ ଚୂଡ଼ାମଣି ପଧାନ ଏବଂ ବିଜୟ ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଭୟ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ । ଆୟୋଜକ ମୁରସୁଣ୍ଡି ସ୍ପୋର୍ଟ୍ସ ଆସୋସିଏସନର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ସଭାପତି ସୁରେଶ ପଧାନଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ପ୍ରତିଯୋଗିତା ଶେଷରେ ସମ୍ପାଦକ ବୀରେନ୍ଦ୍ର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

