
ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଇଜିଂ ଷ୍ଟାର କ୍ରିକେଟ କ୍ଲବର ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ଜତିନ ସାହୁଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ଚଳିତ ବର୍ଷ ଡିସେମ୍ବର ମାସରେ ସର୍ବଭାରତୀୟ ଛିନ୍ଦେଇକେଲା କପ ଅନୁଷ୍ଠିତ ହେବା ପାଇଁ ସ୍ଥିରୀକୃତ ହୋଇଥିଲା । ସର୍ବସମ୍ମତି କ୍ରମେ ଚଳିତ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଚଳିତ ବର୍ଷ ପାଇଁ ସଭାପତି ଆଦର୍ଶ ସାହୁ, ଉପସଭାପତି ଜତିନ ସାହୁ ଓ ଦୀପକ ସାହୁ, ସମ୍ପାଦକ ଆକାଶ କୁମାର ସାହୁ ଏବଂ କୋଷାଧକ୍ଷ ନରେଶ ସାହୁଙ୍କୁ ମନୋନୀତ କରାଯାଇଥିଲା । ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୮ଟି ଟିମଙ୍କୁ ନେଇ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବା ପାଇଁ ସଭାରେ ରାଇଜିଂ ଷ୍ଟାର କ୍ରିକେଟ କ୍ଲବର ସମସ୍ତ ସଦସ୍ୟ ରୋହିତ ସାହୁ, ସ୍ୱତନ୍ତ୍ର ସାହୁ, ପ୍ରମୋଦ ସାହୁ, ବିକାଶ ସାହୁ, ଟୁନା ସୁନା, ଆନନ୍ଦ ସାହୁ, ବିନନ୍ଦ ସାହୁ, ଆଶିଷ ସାହୁ, ତାରାକାନ୍ତ ଧରୁଆ, ସତ୍ୟ ସାହୁ, ଦୀପକ ସାହୁ, ସୁନିଲ ସାହୁ, ସୁପିନ ସାହୁ, ପିଣ୍ଟୁ ସାହୁ, ସୁରଜ ସାହୁ, ଧୀରଜ ସାହୁ, କବିରାଜ ସାହୁ, କାହ୍ନୁ ସାହୁ, ସମୀର ସାହୁ, ସ୍ୱସ୍ତିକ ସାହୁ, ଶାଶ୍ୱତ ସାହୁ, ରାଜୁ ସାହୁ, ସୁଶାନ୍ତ ସାହୁ, ଅଶ୍ୱିନୀ ସାହୁ, ନରେଶ ସାହୁ ଉପସ୍ଥିତ ଥିଲେ । ଶେଷରେ କ୍ଲବର ଉପଦେଷ୍ଟା ହେମସାଗର ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

