
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ଚତୁର୍ଥ ବର୍ଷ ନୂଆଁଖାଇ ଭେଟଘାଟ ଆୟୋଜନକୁ ନେଇ ଲାୟନ୍ସ ୟୁଥ୍ ଆସୋସିଏସନ୍, ମାକ୍ରିପଡ଼ା ପକ୍ଷରୁ ଏକ ପ୍ରାଥମିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ଭୁଲେଶ୍ୱର ଛତରଙ୍କ ନେତୃତ୍ୱରେ ଆୟୋଜିତ ଏହି ବୈଠକରେ ଆସନ୍ତା ୨୬.୦୯.୨୦୨୬, ଶନିବାର ସନ୍ଧ୍ୟା ୮ଟାରେ ହେବାକୁ ଥିବା ୪ର୍ଥ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମର ସୁଚାରୁ ଆୟୋଜନ ନେଇ ବିଭିନ୍ନ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । ବୈଠକରେ ମ୍ୟାନେଜର କ୍ଷମା ଯୁଗ୍ନିଆ ସମସ୍ତଙ୍କୁ ନୂଆଁଖାଇ ଜୁହାର ଜଣାଇବା ସହ କାର୍ଯ୍ୟକ୍ରମର ବିଭିନ୍ନ ପରିଚାଳନା ଓ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ । ନିର୍ଦ୍ଦେଶକ ଚୌଧାରୀ ଛତର ଏବଂ ଭଦେବ ଭୋଇ କାର୍ୟ୍ୟକ୍ରମର ସାମଗ୍ରିକ ପ୍ରସ୍ତୁତି ଓ ଆୟୋଜନ ସମ୍ପର୍କରେ ନିଜ ନିଜ ମତ ରଖିଥିଲେ । ବୈଠକରେ କୋଷାଧ୍ୟକ୍ଷ ପାରେଶ୍ୱର ଛତର ଆର୍ଥିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ଏଥିସହ ନୂଆଁଖାଇ ଭେଟଘାଟ ଉପଲକ୍ଷେ ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଆମ ଅଞ୍ଚଳର କଳା, ସଂସ୍କୃତି ଓ ପରମ୍ପରାକୁ ଆଗକୁ ନେବା ଉଦ୍ଦେଶ୍ୟରେ ନୃତ୍ୟ ପ୍ରତିଯୋଗିତା ଆୟୋଜନ କରାଯିବ ବୋଲି ମତ ପ୍ରକାଶ କରିଥିଲେ । ସେହିପରି ଉପକୋଷାଧ୍ୟକ୍ଷ ଦନାର ନାଗ ଆର୍ଥିକ ପରିଚାଳନାରେ ସହଯୋଗ ଓ ସମନ୍ୱୟ ସମ୍ପର୍କରେ ନିଜ ମତ ରଖିଥିଲେ । ସମ୍ପାଦକ ମଙ୍ଗଲେ ଛତର କାର୍ଯ୍ୟକ୍ରମର ବିଭିନ୍ନ ଦାୟିତ୍ୱ ଓ ସମନ୍ୱୟ ସମ୍ପର୍କରେ ଆଲୋଚନା କରିଥିଲେ । ଉପସଭାପତି ତୁଲାରାମ ଛତର କାର୍ଯ୍ୟକ୍ରମକୁ ସୁଚାରୁ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ସମସ୍ତଙ୍କ ସହଯୋଗ ଉପରେ ଗୁରୁତ୍ୱ ଦେଇଥିଲେ । ସେହିପରି ଦଳ ସହଯୋଗୀ ଚତୁର୍ଭୁଜ ଛତର ମଧ୍ୟ କାର୍ଯ୍ୟକ୍ରମର ସଫଳତା ପାଇଁ ଅତିଥି, କଳାକାର ଏବଂ ଦର୍ଶକମାନଙ୍କୁ ଉଚିତ ସେବା ଓ ସମ୍ମାନ ପ୍ରଦାନ କରାଯିବା ସହ ସମସ୍ତଙ୍କ ସହଯୋଗ ଓ ସମନ୍ୱୟ ରହିବା ଉପରେ ମତ ରଖିଥିଲେ । ଦଳର ବିଶେଷ ପରାମର୍ଶଦାତା ସାଧୁ ଚନ୍ଦ୍ର ଛତର ବୈଠକରେ ନୂଆଁଖାଇ ଭେଟଘାଟକୁ ଶାନ୍ତି, ଶୃଙ୍ଖଳା, ଏକତା ଓ ଭାଇଚାରାର ସହିତ ପାଳନ କରିବା ସହ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ ନିଆଯିବ ବୋଲି ପରାମର୍ଶ ଦେଇଥିଲେ । ଏହି ବୈଠକରେ ଦଳର ହିମାଂଶୁ ଛତର, ଯଦୁମଣି ଛତର, ଜୁଜେଷ୍ଟି ଯୁଗ୍ନିଆ, ଶଙ୍କର ଛତର, କିଶୋର ଛତର, ଭବସିନ୍ଧୁ ଯୁଗ୍ନିଆ, ଗିରିଧାରୀ ଜୁଗ୍ନିଆ, ବିଶିକେଶନ ଯୁଗ୍ନିଆ, ଦେବ୍ ଛତର, ହଂଶୁରାଜ୍ ଭୋଇ, ଦୁଲମଣି ଛତର, ଭବାନୀ ଛତର, କୌତୁକ ଛତର, କୁବେର ଛତର, ହୃଷିକେଶ ଛତର, ମେଘ ଛତର, ତୋଫାନ ଭୋଇ, ହମିଦ ଭୋଇ ତଥା ୱାର୍ଡ ସଭ୍ୟ ଶମ୍ଭୁ ବଗର୍ତ୍ତୀଙ୍କ ସମେତ ଗ୍ରାମର ବହୁ ବ୍ୟକ୍ତି ଉପସ୍ଥିତ ଥିଲେ । ସଭା ଶେଷରେ ସମସ୍ତଙ୍କ ମଙ୍ଗଳ କାମନା କରି ପିତାମ୍ବର ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିସହ ବୈଠକର ସମାପ୍ତି ଘୋଷଣା କରାଯାଇଥିଲା ।

