pr

ଜଳେଶ୍ୱର ପୀଠ ସାନଟିକାରେ ନୂଆଁଖାଇ ଭେଟ : ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

dr. purohit

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପ୍ରସିଦ୍ଧ ଜଳେଶ୍ୱର ଶୈବପୀଠ ସାନଟିକାରେ ଆଜାଦ ୟୁଥ କ୍ଲବ ଏବଂ ଗଣେଶ ପୂଜା କମିଟି ତରଫରୁ ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ସାହୁ, ସଚ୍ଚିଦାନନ୍ଦ ପଧାନ, ଶିବପ୍ରସାଦ ଜୁଏଡ଼, ଶମ୍ଭୁ ସାହୁ, ସୁନୀଲ ପଧାନ, ଲେଖକ କ୍ଷେତ୍ରବାସୀ ନାଏକ ଏବଂ ଜଳେଶ୍ୱର ମନ୍ଦିରର ମୁଖ୍ୟ ପୂଜକ ଅକ୍ରୁର ଥନାପତି । ପ୍ରାରମ୍ଭରେ ଜଳେଶ୍ୱର ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଅତିଥିମାନେ ନୂଆଁଖାଇର ମହିମା ବର୍ଣ୍ଣନା ପୂର୍ବକ ଗାଁରେ ଭାଇଚାରା ବଜାୟ ରଖିବା ପାଇଁ ଉଦ୍‌ବୋଧନ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାଠିଆ ଭଙ୍ଗା, ମ୍ୟୁଜିକ ଚେୟାର ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତୀ ପ୍ରତିଯୋଗୀ ଅନନ୍ୟା ନାଏକ, ପ୍ରତିଭା ସୁନାନୀ, ପ୍ରୀତି ଭୋଇ, ମାନସୀ ବିଶ୍ୱାଳ, ସଂପୂର୍ଣ୍ଣା ପ୍ରିୟଦର୍ଶିନୀ ରଥ, ଶ୍ରୀୟାରାଣୀ ନାଏକଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ନିଟ୍‌ ପରୀକ୍ଷା ଏବଂ ଆଇଆଇଟିରେ କୃତକାର୍ଯ୍ୟ ହୋଇଥିବା ମେଧାବୀ ଅମିତ ପଧାନ, ଅଙ୍କିତ ପଧାନ, ରାହୁଲ ବିଶ୍ୱାଳ ଏବଂ ଯୁକ୍ତ ଦୁଇ ବିଜ୍ଞାନରେ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ରୁଚି ପଧାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ନୃତ୍ୟ ପ୍ରତିଯୋଗିତାରେ ବିଚାରକ ଥିଲେ ଉମେଶ ବିଶ୍ୱାଳ, ପ୍ରେମାନନ୍ଦ ସେଠ, ବିବେକା ପଧାନ ଏବଂ ବିଜୟ ଜୁଏଡ଼ । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଯୁବ କବି ଶିବପ୍ରସାଦ ବିଶ୍ୱାଳ ଏବଂ କିରଣ ନାଏକ । ପରିଚାଳନାରେ ସହଯୋଗ କରିଥିଲେ ସୁଶୀଳ ପଧାନ, ସୁଶାନ୍ତ ସାହୁ, ସଚିନ ପଧାନ, ବାବୁଲୁ ପଧାନ, ସୁଶାନ୍ତ ପଧାନ, ବରୁଣ ନାଏକ, ରିତିକ ନାଏକ ଏବଂ ଆଜାଦ ୟୁଥ କ୍ଲବର ଅନ୍ୟାନ୍ୟ ସଦସ୍ୟ ମାନେ ।

nrusinghnath
Leave A Reply

Your email address will not be published.