
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ସ୍ଥିତ ସ୍ୱତନ୍ତ୍ର ପୌଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ପକ୍ଷରୁ “ସ୍ୱଚ୍ଛତା ହିଁ ସେବା” ଶୀର୍ଷକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କେନ୍ଦ୍ରର ପରିଚାଳକ ସୁମନ୍ତ ଜୟପୁରିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ଯୋଗଦେଇ ସ୍ୱଚ୍ଛତା, ପରିଚ୍ଛନ୍ନତା ଓ ସୁସ୍ଥ ପରିବେଶର ଗୁରୁତ୍ୱ ଉପରେ ମତ ପ୍ରକାଶ କରିଥିଲେ । ସୁବର୍ଣ୍ଣପୁର ଶିଶୁ ମଙ୍ଗଳ ସମିତିର ସଦସ୍ୟ କେଶବ ଚନ୍ଦ୍ର ମେହେର ଓ ବ୍ରଜେନ୍ଦ୍ର କୁମାର ବିଶି, ଶିଶୁ ସହାୟତା କେନ୍ଦ୍ରର ଜିଲ୍ଲା ପକଳ୍ପ ସଂଯୋଜକ ସୁଜିତ କୁମାର ମିଶ୍ର, ଶିଶୁ ସୁରକ୍ଷା ଅଧିକାରୀ ଅଣ ଅନୁଷ୍ଠାନିକ ସେବା, ଗୌତମ ମହାପାତ୍ର ଏବଂ ସଖୀର ଏଡମିନିଷ୍ଟ୍ରେଟର ଅନୁସ୍ମିତା ବେହେରା ଯୋଗଦେଇ ସ୍ୱଚ୍ଛତା ସମ୍ପର୍କିତ ସଚେତନତାମୂଳକ ବାର୍ତ୍ତା ଦେଇଥିଲେ । କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ପୌଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର କର୍ମଚାରୀ ଥବିର କାଲସେ, ମୃତ୍ୟୁଞ୍ଜୟ ସାହୁ, ସ୍ୱାଗତରାଜ ମିଶ୍ର, ଅନିଲ ମହଲା, ସଖୀ, ଶକ୍ତି ସଦନ, ରୁଚିକା ସୋସିଆଲ ଅର୍ଗାନାଇଜେସନର ପ୍ରତିନିଧି, ବିଭିନ୍ନ ମହିଳା ସଂଗଠନର ସଦସ୍ୟ ଓ ସଦସ୍ୟା ଏବଂ ଅନ୍ୟମାନେ ଯୋଗ ଦେଇଥିଲେ । ସ୍ୱଚ୍ଛତାକୁ ଦୈନନ୍ଦିନ ଜୀବନର ଅଂଶ କରିବା ସହ ଶିଶୁମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ, ପରିବେଶ ସୁରକ୍ଷା ଓ ପରିଚ୍ଛନ୍ନତା ପ୍ରତି ସଚେତନତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା । ଶେଷରେ ସୁମନ୍ତ ଜୟପୁରିଆ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସ୍ୱତନ୍ତ୍ର ପୌଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।