jayashree

ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍ ଶିକ୍ଷା ଅଧିନସ୍ଥ ସ୍ଥାନୀୟ ଉଷାଦେବୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବକଟି ପରିସରରେ ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମ ଚନ୍ଦ୍ର ନାଗଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଚୌଧୁରୀ ଦଳପତି, ବନପାଳ ସାଲେଭଟା ସେକ୍ସସନ୍, ଫରେଷ୍ଟ୍ ଗାର୍ଡ ସତ୍ୟାନନ୍ଦ ପଧାନ, ଅର୍ପିତା ଗୌଡ, ସ୍କ୍ୱାଡ୍ ମେମ୍ବର୍ ସନ୍ତୋଷ ରାଉତ, ସମାରୁ ସାହୁ ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବନ ମହୋତ୍ସବ ପାଳନର ଉଦ୍ଦେଶ୍ୟ ତଥା ଗଛର ଉପକାରୀତା, ବୃକ୍ଷ ରୋପଣ ପାଇଁ ସାମୂହିକ ଉଦ୍ୟମ ଆଦି ବିଷୟରେ ସଚେତନ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅତିଥିମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା । ବିଦ୍ୟାଳୟର ଗଛର ଯତ୍ନ ନେଇଥିବା ତତ୍ୱାବଧାରକ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର କଳା ଶିକ୍ଷକ ସରୋଜ କୁମାର ବିଶ୍ୱାଳ କାର୍ଯ୍ୟକ୍ରମର ସଫଳ ସଂଯୋଜନା କରିଥିବାବେଳେ ବିଦ୍ୟାଳୟର ଏସ୍ ଏମ୍ ସି ସଭାପତି ସୁଶିଲ କୁମାର ଭୋଇ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସଂଗୀତା ସାହୁ, ସନ୍ତୋଷିନୀ ଦଣ୍ଡସେନା, ସୁମି ନାଏକ, ଚିନ୍ମୟ ପୁରୋହିତ, ଉମେଶ ଚନ୍ଦ୍ର ସାହୁ, ଗୋପବନ୍ଧୁ ପଟେଲ, ପିଣ୍ଟୁଦୋରା, ଭଗବାନ ବିଶ୍‌ଶ୍ୱାଳ, ଋଷଭ ପଧାନ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.