csstore

ଜିଜ୍ଞାସା ଶିକ୍ଷା କେନ୍ଦ୍ରରେ କୋଚିଂ ନେଇ ଟପ୍ପର ହେଲେ ମମତା ପାତ୍ର

ଭୋଗରାଇ, (କେପିଏନ୍‌ଏସ୍‌) : ଚଳିତ ବର୍ଷ ଯୁକ୍ତ ଦୁଇ କଳା ବାର୍ଷିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଭୋଗରାଇ ବ୍ଲକ ଦହମୁଣ୍ଡା ଆନନ୍ଦମୟୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ମମତା ପାତ୍ର ମୋଟ୍ ୫୨୦ ମାର୍କ ରଖି କଲେଜ ଟପ୍ପର ହେଇଛନ୍ତି । ମମତା ନାଚିନ୍ଦା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଉଲୁଡ଼ା ଗ୍ରାମର ପିତା ମଧୁସୂଦନ ପାତ୍ର ଓ ମାତା ବାସନ୍ତି ପାତ୍ରଙ୍କ ସାନ ଝିଅ ଅଟନ୍ତି । ଜଣେ କୃଷକଙ୍କ ଝିଅ ମମତା ସ୍ୱତନ୍ତ୍ର ଭାବେ ଦହମୁଣ୍ଡାସ୍ଥିତ ଯୁକ୍ତ ଦୁଇ କଳା ‘ଜିଜ୍ଞାସା ଶିକ୍ଷାକେନ୍ଦ୍ର’ରେ କୋଚିଂ ନେଉଥିଲେ । ସେ ନିଜ ସଫଳତାର ଶ୍ରେୟ ପିତା ମାତା , ଆନନ୍ଦମୟୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ବସୁମତୀ ପତି, ଅଧ୍ୟାପକ ରାଜେଶ କୁମାର ଦାସ, ଅଧ୍ୟାପିକା ଭାଗ୍ୟଶ୍ରୀ ସାହୁ, ପ୍ରାକ୍ତନ ଅଧ୍ୟାପକ ଶିବପ୍ରସାଦ ଜେନା ଏବଂ ଜିଜ୍ଞାସା ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଡ. ଶିବନାରାୟଣ ପାତ୍ର, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ଦେବବ୍ରତ ଦେ, ଅଧ୍ୟାପକ ସରୋଜ କୁମାର ଦାସ, ଜୟଦେବ ଦାସ ପ୍ରମୁଖଙ୍କୁ ଦେଇଛନ୍ତି । ମମତା ଭବିଷ୍ୟତରେ ଜଣେ ଅଧ୍ୟାପିକା ହେବାର ଲକ୍ଷ୍ୟ ରଖିଥିବା ପ୍ରତିକ୍ରିୟାରେ କହିଛନ୍ତି ।

jayashree
Leave A Reply

Your email address will not be published.