
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ରିଜିଓନାଲ ସେଣ୍ଟର୍ ଫର୍ ଡେଭ୍ଲପ୍ମେଣ୍ଟ କର୍ପୋରେସନ (ଆର୍.ସି.ଡି.ସି.) ତରଫରୁ ଖପ୍ରାଖୋଲ ବ୍ଲକର ପବିତ୍ର ଶୈବପୀଠ ହରିଶଙ୍କର, ଠାରେ ଏଚ୍.ସି.ଏଲ୍. ଫାଉଣ୍ଡେସନ ସହାୟତାରେ ହେବାକୁ ଥିବା ଏକ ପ୍ରକଳ୍ପ ”ସୁଦୃଢ଼ ଗୋଷ୍ଠୀ ଓ ପୁନରୁଦ୍ଧାର ପରିବେଶ” ସମ୍ବନ୍ଧୀୟ କାର୍ୟ୍ୟଶାଳା ଅବସରରେ ଏହି ନୂତନ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିବେକାନନ୍ଦ ଷଡ଼ଙ୍ଗୀ, ଅରବିନ୍ଦ ନାୟକ, ସହକାରୀ ବନ ସଂରକ୍ଷକ ଅଧିକାରୀ, ଖପ୍ରାଖୋଲ, ସୁମନ ମାଝୀ ସହକାରୀ ବନ ସଂରକ୍ଷକ ଅଧିକାରୀ, ବଲାଙ୍ଗିର, ଜିଲ୍ଲା ଜଙ୍ଗଲ ସୁରକ୍ଷା ଫୋରମର ଆବାହକ କୁଳମଣି ସାହୁ, ଭାନପୁର ସରପଞ୍ଚ ଶ୍ରୀମତୀ ରୀନା ଜାଲ, ନାନ୍ଦୁପଲା ସରପଞ୍ଚ ଶ୍ରୀମତୀ ନିଳେନ୍ଦ୍ରୀ ପୂଜାରୀ, ପରିବେଶବିତ୍ ତଥା ପ୍ରଶିକ୍ଷକ ଅଭୟ ତ୍ରିପାଠୀ ଓ ଗନ୍ଧମାର୍ଦ୍ଦନ ଆକ୍ସନ କମିଟିର ଆବାହକ ଟେକେନ୍ଦ୍ର ଜାଲ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ ଆର୍ସିଡିସିର ଆଂଚଳିକ ପରିଚାଳକ ଶମ୍ଭୁ ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । କୁଳମଣି ସାହୁ ବଲାଙ୍ଗିରରେ ଜୈବ ବିବିଧତା ଓ ଗୋଷ୍ଠୀ ଜଙ୍ଗଲ ସମ୍ପଦ ସୁରକ୍ଷା ଉପରେ ଆର୍ସିଡିସି ସଂସ୍ଥାର ଦୀର୍ଘ ଦିନର ଜଙ୍ଗଲ ସୁରକ୍ଷାର ଇତିହାସ ଓ ଜୈବ ବିବିଙଧତାକୁ ବିଶଦ ଭାବରେ ବର୍ଣ୍ଣନା କରିଥିଲେ । ଆର୍ସିଡିସିର ଆଇଟି ନିର୍ଦ୍ଦେଶକ ରାମକୃଷ୍ଣ ମହାରଣା ଏହି ନୂତନ ପ୍ରକଳ୍ପର ରୂପରେଖ ଉପରେ କାର୍ଯ୍ୟକ୍ରମ ଓ ଜୈବ ବିଭିଦତା ଉପରେ ବର୍ଣ୍ଣନା କରିଥିଲେ । ଏହି ପ୍ରକଳ୍ପ ଖପ୍ରାଖୋଲ ବ୍ଲକର ଭାନପୁର ଓ ନାଁନ୍ଦୁପଲା ଗ୍ରାମ ପଂଚାୟତର ୧୦ ଗ୍ରାମରେ ଏପ୍ରିଲ ୨୦୨୬ରୁ ମାର୍ଚ୍ଚ ୨୦୨୮ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବ । ଏହି ପ୍ରକଳ୍ପରେ ଦେଶୀ ପ୍ରଜାତିର ଚାରା ରୋପଣ, ମାଟି ଓ ଜଳ ସଂରକ୍ଷଣ, ଜଳବାୟୁ ସହନଶୀଳ କୃଷି ଏବଂ ଗୋଷ୍ଠିଗତ ଜଙ୍ଗଲ ଅଧିକାର କାର୍ଯ୍ୟକରଣ ମାଧ୍ୟମରେ ପରିବେଶ ସୁରକ୍ଷା ଓ ସେମାନଙ୍କ ନେତୃତ୍ୱାଧୀନ ଜୈବ ବିବିଧତା ପରିଚାଳନାକୁ ସୁଦୃଢ଼ କରିବ । ଏହି ପ୍ରକଳ୍ପର ସୁଫଳ ରୂପାୟନ ନିମନ୍ତେ ଅତିଥିଗଣ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିବା ସହିତ ପୂର୍ଣ୍ଣ ସହଯୋଗ ଦେବାପାଇଁ ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଭୁଲାଲ ସରାଫ, ବୈକୁଣ୍ଠ ବାଗ, ଦେବରାଜ ଭୋଇ, ସୁଦର୍ଶନ ସାହୁ, ନିରୁପମା ସାହୁ, ପୂର୍ଣ୍ଣାନନ୍ଦ ଦୀପ ଓ ସୀତାଂଶୁ ବନଛୋର ସହାୟତା କରିଥିଲେ । ପରିଶେଷରେ ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।