jayashree

ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଚାମ୍ପିଅନସିପ୍ ଉଦ୍‌ଯାପିତ

  • ବାଳିକାରେ ରାମଧୁନ୍ କ୍ଳବ ଓ ବାଳକରେ ସୋନପୁର ବ୍ଲକ ଦଳ ବିଜୟୀ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଗାନ୍ଧିଷ୍ଟାଡିୟମ୍ ଠାରେ ଚାଲିଥିବା ୧୪ ବର୍ଷରୁ କମ୍‌ ବାଳକ ଓ ବାଳିକା ଫୁଟବଲ ମୁଖ୍ୟମନ୍ତ୍ରୀ ଟ୍ରଫି ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ବାଳିକା ବିଭାଗରେ ରାମଧୁନ କ୍ଲବ ଓ ବାଳକ ବିଭାଗରେ ସୋନପୁର ବ୍ଲକ ଦଳ ବିଜୟୀ ହୋଇଛି । ଫାଇନାଲ ମ୍ୟାଚରେ ରାମଧୁନ୍ କ୍ଲବ୍ ସୋନପୁର ମଝିପଡ଼ା ଦଳକୁ ଟ୍ରାଇ ବ୍ରେକରରେ ୭-୬ ଗୋଲରେ ହରାଇ ସୋନପୁର ବ୍ଲକ ଦଳ ମୁଖ୍ୟମନ୍ତ୍ରୀ ଚାମ୍ପିଅନ ଟ୍ରଫି ହାସଲ କରିଛି । ସେହିପରି ବାଳିକା ବିଭାଗରେ ରାମଧୁନ୍ କ୍ଲବ୍ ସି ସୋନପୁର ଦଳକୁ ୩-୦ ଗୋଲରେ ହରାଇ ରାମଧୁନ୍ କ୍ଲବ ସୋନପୁର ମଝିପଡା ବାଳିକା ଦଳ ମୁଖ୍ୟମନ୍ତ୍ରୀ ଚାମ୍ପିଅନ ହୋଇଛି । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ.ନୃପରାଜ ସାହୁ, ସମ୍ମାନିତ ଅତିଥି ଭାବେ ଏଡିଏମ ରାଜେନ୍ଦ୍ର ମାଝି, ଏଡିଏମ୍ ଅଞ୍ଜଳିନା ପ୍ରଧାନ, ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ୍ ପ୍ରମୁଖ ଯୋଗଦେଇ ଉଭୟ ବିଭାଗର ବିଜେତା ଏବଂ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ । ନିମନ୍ତ୍ରିତ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ପୌର ପରିଷଦ ପ୍ରାକ୍ତନ ଅଧ୍ୟକ୍ଷ କଇରୁ ସ୍ୱାଇଁ, ସମାଜିକ କର୍ମୀ ଶ୍ରୀବତ୍ସ ମଲ୍ଲିକ, ଗୋବିନ୍ଦ ମହାରଣା, ମହାନଦୀ ଧାରା ନିର୍ଦ୍ଦେଶକ ପ୍ଲାବନ ମହାପାତ୍ର, ବ୍ୟବସାୟୀ ନିଶାନ୍ତ ମହାନ୍ତି, ବିଜେପି ନେତା ପ୍ରମୋଦ ମହାପାତ୍ର, କାଉନସିଲର ଗଙ୍ଗା ତରିଆ, କ୍ରୀଡ଼ା ସଂଘ ଉପସଭାପତି ଚିତ୍ତରଞ୍ଜନ ତରାସିଆ, ସହସଂପାଦକ ନନ୍ଦକିଶୋର ତ୍ରିପାଠୀ, ନରସିଂହ ରାଓ, ରାମ କୁମାର ସାହୁ, କଂଗ୍ରେସ ନେତା ସୁଧୀର ପଣ୍ଡା ପ୍ରମୁଖ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ପ୍ରଶାନ୍ତ ସେଠୀ, ଶ୍ରବଣ ବିଶ୍ବାଳ, ଅନିତା ମହାନନ୍ଦ, ରାଜେଶ ଥନାପତି, ବଜ୍ରପ୍ରସାଦ ହୋତା, ନରେଶ ମାଝି, ଅମିତ ସାହୁ, ଅନିଲ ଭୋଇ ରେଫରୀ ପ୍ରମୁଖ ଖେଳ ପରିଚାଳନା କରିଥିଲେ । ଭୁଲୁଲୁ ବକ୍ସି ମ୍ୟାଚ ଚୟନ କର୍ତ୍ତା ଭାବେ ଓ ଜିତେନ୍ଦ୍ର ଥନାପତି ମ୍ୟାଚ କମିସନର ଭାବେ ଦାୟିତ୍ଵ ତୁଲାଇଥିଲେ । ମନୋରଞ୍ଜନ ତ୍ରିପାଠୀ, ସଞ୍ଜୟ ସାହୁ, ଦିଗାମ୍ବର ଶତପଥୀ ଧାରା ବିବରଣୀ ପ୍ରଦାନ କରିଥିଲେ । କ୍ରୀଡ଼ା ସଂଘ ସଂପାଦକ ପୀୟୂଷ ପଣ୍ଡା, ବିକାଶ ପଣ୍ଡା, ହୃଷୀକେଶ ପଣ୍ଡା, ସନ୍ତୋଷ ପାଢ଼ୀ, ବୁବୁନ ନାଏକ, ସଞ୍ଜୟ ପୁଟେଲ, ଶ୍ରୀକାନ୍ତ ନାଏକ, ବାଲଗୋପାଳ ମିଶ୍ର, ଚାପ ତାଣ୍ଡିଆ, ଶିବ ଷାଣ୍ଢ, ଅନୀଲ ସାହୁ, ଅମିତ ସାହୁ, ଚନ୍ଦନ ବେହେରା, କଲିମ୍ ମହମ୍ମଦ, ଜିଲ୍ଲା ସାହୁ, ରବି ନାରାୟଣ ଦେହୁରୀ, ସୁଭାଷ ବିଶ୍ଵାଳ ପ୍ରମୁଖ ଖେଳ ପରିଚାଳନାରେ ସ‌ହ‌ଯୋଗ କରିଥିଲେ ।

Leave A Reply

Your email address will not be published.