୧୬୨କିଲୋ ଗଞ୍ଜେଇ ଜବତ : ୬ ଗିରଫ

କୋରାପୁଟ : ସୁନାବେଡ଼ା ବସଷ୍ଟାଣ୍ଡ ନିକଟରୁ ଏକ ଆଇଚର ଟ୍ରକ୍ ଓ ବୋଲେରୋ ଦ୍ୱାରା ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ଧରିଲା ସୁନାବେଡ଼ା ପୋଲିସ । ଭୋର ୪ଟା ସମୟରେ ସୁନାବେଡ଼ା ୧ନଂ ବସ୍‌ଷ୍ଟପ ନିକଟରେ ଆଇଚର ଟ୍ରକରୁ ୧୬୨କିଲୋ ଗଞ୍ଜେଇ ଜବତ କରିଛି ପୋଲିସ । ଟ୍ରକକୁ ଏକ୍ସପୋର୍ଟ କରୁଥିବା ବୋଲେରୋକୁ ମଧ୍ୟ ଜବତ କରିଛି ସୁନାବେଡ଼ା ପୋଲିସ । ଏଥିରେ ୬ଜଣ ସମ୍ପୃକ୍ତି ଥିବା ବେଳେ ପଟାଙ୍ଗୀ ଅଞ୍ଚଳର ଜଣେ ସରପଞ୍ଚ ଥିବା ସୂଚନା ମିଳିଛି । ଏମାନଙ୍କ ନିକଟରୁ ଗୋଟିଏ ଟ୍ରକ, ବୋଲେରୋ, ୬ମୋବାଇଲ ଜବତ କରିବା ସହ କୋର୍ଟ ଚାଲାଣ କରାଯାଇଛି । ୫ ଜଣଙ୍କୁ କୋରାପୁଟ କୋର୍ଟରେ ହାଜର କରାଯାଇଥିବା ବେଳେ ଜଣେ ନାବାଳକ ଥିବାରୁ ଜୟପୁର କୋର୍ଟକୁ ସ୍ଥାନାନ୍ତରିତ କରାଯାଇଛି ।

Leave A Reply

Your email address will not be published.