ପଦ୍ମପୁର ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଜବୋଡାସମ୍ବର୍ ବିଇଓ ଲୋକନାଥ ଭୋଇ କ୍ରୀଡା ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ବିଦ୍ୟାଳୟର କ୍ରୀଡା ଶିକ୍ଷକ ଶ୍ରୀମତୀ ନିଳୀମା ରାଣୀ ମହାନ୍ତିଙ୍କ ତତ୍ତ୍ଵାବଧାନ ତଥା ଅତିଥି କ୍ରୀଡା ଶିକ୍ଷକ ଚନ୍ଦ୍ରମଣି ସାହୁ, ଅଶୋକ କୁମାର ସାହୁ, କେଶବ ପ୍ରଧାନ, ସଦାନନ୍ଦ ସାହୁଙ୍କ ପରିଚାଳନାରେ ସମସ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ୨୪ଟି ଇଭେଣ୍ଟରେ ଉଭୟ କନିଷ୍ଠ ଓ ବରିଷ୍ଠ ବର୍ଗରୁ ୭୪ ଜଣ ଛାତ୍ରୀ କୃତିତ୍ୱ ହାସଲ କରିଥିଲେ । କନିଷ୍ଠ ବର୍ଗରେ ଶ୍ରଦ୍ଧା ଚୌହାନ ତଥା ବରିଷ୍ଠ ବର୍ଗରେ ଆକଂକ୍ଷା ଭୋଇ ଚାମ୍ପିଅନ ହୋଇଥିଲେ । ଦ୍ଵିଦିବସୀୟ କ୍ରୀଡା ଉତ୍ସବର ଉଦଯାପନୀ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀ ପହଣ୍ଡି ବିଜୟ ମେହେର ସଭାପତିତ୍ୱ କରିଥିବା ବେଳେ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ରାଣୀ ସିଂ ବରିହା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଏସ୍‌ଏମ୍‌ସି ଅଧ୍ୟକ୍ଷା ଶ୍ରୀମତୀ ବିନିଲତା ସାହୁ ,ସମାଜସେବୀ ଗୋବିନ୍ଦ ପ୍ରସାଦ ଅଗ୍ରୱାଲ, ଅବସର ପ୍ରାପ୍ତ ଶିକ୍ଷକ ବୃନ୍ଦାବନ ଦାଶ, ଶ୍ରୀମତୀ ମିନତି ଦାଶ, ସୁରେନ୍ଦ୍ର କୁମାର ଭୋଇ, ଜୀବନାନନ୍ଦ ସାହୁ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଅତିଥି ମାନଙ୍କ ଦ୍ଵାରା କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ମାନସ ରଂଜନ ଶତପଥୀ ଓ ରବିନା ପଧାନ ସଭା ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ପୂଜାରାଣୀ ନାୟକ, ମନୀଷା ଭୋଇ, ପ୍ରଭାତ କୁମାର ସାହୁ, ଖୁସବୁ ବରିହା, ଅମନ୍ କୁମାର ପଣ୍ଡା, ଜ୍ୟୋତି ରେଖା ମହାନନ୍ଦ, ପ୍ରଭାତୀ ପଟ୍ଟନାୟକ, ମମତା ମିଶ୍ର, ସୁଷମା ଦାଶ, ଦୁଷ୍ମନ୍ତ ଛତର, କମଳା କୁମ୍ଭାର, ପ୍ରଭାସିନୀ ସାହୁ ସହଯୋଗ କରିଥିଲେ ।

Leave A Reply

Your email address will not be published.