ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ସହର ପିପି ଏକାଡେମୀ ସରକାରୀ ହାଇସ୍କୁଲର ପ୍ରତିଷ୍ଠାତା ସ୍ୱର୍ଗତ ଚକ୍ରଧର ପଣ୍ଡାଙ୍କ ୧୧୦ ତମ ଜନ୍ମ ବାର୍ଷିକୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦ୍ୟୁତି ରଞ୍ଜନ ମହାଲିଙ୍ଗଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇ । ଏଥିରେ ମୁଖ୍ୟ ଅତିଥି ଭାବରେ ପ୍ରତିଷ୍ଠାତା ସ୍ୱର୍ଗତ ପଣ୍ଡାଙ୍କ ପୁତ୍ରବଧୂ ତଥା ପୂର୍ବତନ ପୁଇଁତଲା ବ୍ଲକ ଚେୟାରମ୍ୟାନ ପଙ୍କଜିନୀ ପଣ୍ଡା ମୁଖ୍ୟ ଅତିଥି ଏବଂ ବିଦ୍ୟାଳୟ ଏସ୍ଏମ୍ସି କମିଟିର ସଭାପତି ସରୋଜ ମେଶ୍ୱା ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ପ୍ରଥମେ ମୁଖ୍ୟ ଅତିଥି ବିଦ୍ୟାଳୟ ପରିସରରେ ପ୍ରତିଷ୍ଠିତ ପତିତପାବନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଳା ପ୍ରଦାନ କରିବା ସହ ତାଙ୍କର ସ୍ମୃତି ଚାରଣ କରିଥିଲେ । ବିଦ୍ୟାଳୟ ତରଫରୁ ଆୟୋଜିତ ବୈଠକରେ ପ୍ରଧାନ ଶିକ୍ଷକ ଶ୍ରୀ ମହାଲିଙ୍ଗ ସ୍ୱର୍ଗତ ଚକ୍ରଧର ପଣ୍ଡାଙ୍କ ବିଷୟରେ ବିଷଦ ବିବରଣୀ ଦେବା ସହ ଛାତ୍ରମାନେ ପାଠ ପଢି ଭଲ ମଣିଷ ହୋଇ ପାରିଲେ ସ୍ୱର୍ଗତ ଚକ୍ରଧର ପଣ୍ଡା ଯେଉଁ ମହତ ଉଦ୍ଦେଶ୍ୟ ନେଇ ଏହି ବିଦ୍ୟାଳୟକୁ ସରକାରଙ୍କ ହାତରେ ସମର୍ପି ଦେଇଥିଲେ ତାହା ପୂରଣ ହୋଇ ପାରିବ ବୋଲି କହିଥିଲେ । ଏହି ଅବସରରେ ବିଦ୍ୟାଳୟର ଜୁନିୟର ଓ ସିନିୟର ଛାତ୍ର ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରମାନଙ୍କୁ ପୁରସ୍କାର ବିତରଣ କରାଯିବା ସହ ସେମାନଙ୍କ ପାଇଁ ସ୍ୱର୍ଗତ ପଣ୍ଡାଙ୍କ ସ୍ମୃତିରେ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମର ଏକ ଭିଡିଓ କ୍ଲିପ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଅନିଲ ସରଭଙ୍ଗ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଜ୍ଞାପନ କରିଥିଲେ ସିନିଅର ଶିକ୍ଷୟିତ୍ରୀ ଅଂଶୁପା ଭୋଇ । ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।