ଖୋ ଖୋ ପ୍ରତିଯୋଗିତାରେ ଭାଗ ନେବାକୁ କେନ୍ଦୁଝର ଜିଲ୍ଲା ଗସ୍ତ କଲେ ଖେଳାଳୀ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ଜିଲ୍ଲାରୁ ୧୭ ବର୍ଷରୁ କମ ୨୪ ଜଣ ବାଳକ ଓ ବାଳିକା ଜିଲ୍ଲା ସ୍ତରୀୟ ଖୋ ଖୋ ପ୍ରତିଯୋଗିତାରେ ଭାଗ ନେବାକୁ କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି । ଖେଳ ଶିକ୍ଷକ ଯଶୋବନ୍ତ ପୁଟେଲ ଓ ସୁମତୀ ରେଖା ମେଣ୍ଡଲିଙ୍କ ନେତୃତ୍ଵରେ ଗସ୍ତ କରିଥିବା ଏହି ଟିମରେ ସୁବର୍ଣ୍ଣପୁର ଜିଲ୍ଲାର ୧୨ ଜଣ ଛାତ୍ର ଓ ୧୨ ଜଣ ଛାତ୍ରୀ ଜିଲ୍ଲା ସ୍ତରୀୟ ଖୋ ଖୋ ଖେଳରେ ଭାଗ ନେବାକୁ ଯାତ୍ରା କରିଥିବା ଜଣାଯାଇଛି । ଜିଲ୍ଲା ଶିକ୍ଷା ବିଭାଗ, ଜିଲ୍ଲା ପ୍ରଶାସନ ଓ ସହରର ବୁଦ୍ଧିଜିବୀ ପକ୍ଷରୁ ଏହି ଖେଳାଳୀ ମାନଙ୍କୁ ଖେଳରେ ସଫଳତା ପାଇଁ ଶୁଭ କାମନା ଜଣାଇଥିବା ଖବର ମିଳିଛି । ଏହି ଖେଳରେ ମନୋନୀତ ହେବା ପରେ ରାଜ୍ୟ ସ୍ତରୀୟ ଖେଳ ପ୍ରତିଯୋଗିତାରେ ଭାଗ ନେବେ ବୋଲି ଶ୍ରୀ ପଟେଲ କହିଥିଲେ ।

Leave A Reply

Your email address will not be published.