‘କୋଶଳ ପ୍ରବାହ’ର ପ୍ରଭାବ : ବେଆଇନ ଭାବେ ଚାଲାଣ ହେଉଥିବା ୧୧୦ ବସ୍ତା ଧାନ ଜବତ କଲା ପ୍ରଶାସନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଟିକ୍ରାପଡା ଫାଣ୍ଡି ନିକଟରେ ଆଜି ୧୧୦ ବସ୍ତା ଧାନ ବେଆଇନ ଭାବରେ ଦଲାଲ ମାନେ ଚାଲାଣ କରୁ ଥିବା ବେଳେ ଖବର ପାଇବା ପରେ ଧାନ ଜବତ କରିଛି ବ୍ଳକ ପ୍ରଶାସନ । ପ୍ରକାଶ ଥାଉ କି, ଟିକ୍ରାପଡା ଠାରେ ଉଦେଇପୁର ଠାରୁ ଧାନ ଦଲାଲ ମାନେ ମିଲରେ ବିକ୍ରି କରିବା ପାଇଁ ଆଣୁଥିଲେ । ଖବର ପାଇ ସଇଁନ୍ତଲା ତହସିଲଦାର ସୁମନ କିଶୋର ଡୁଙ୍ଗ ଡୁଙ୍ଗ, ଯୋଗାଣ ଅଧିକାରୀ ନଳିନୀକାନ୍ତ ପାଳ ଓ ଟିକ୍ରାପଡା ଫାଣ୍ଡି ଅଧିକାରୀ ଆଦିତ୍ୟ ପ୍ରସାଦ ସାହୁ ଘଟଣା ସ୍ଥାନରେ ପହଂଚି ଧାନ ଜବତ କରିଛନ୍ତି । ତେବେ ଏନେଇ ଲଗାତାର ଭାବରେ ‘କୋଶଳ ପ୍ରବାହ’ରେ ପ୍ରକାଶିତ ହେବ ପରେ ପ୍ରଶାସନ ତତ୍ପରତା ସହ ଚଢ଼ାଉ ଆରମ୍ଭ କରିଛି । ସୂଚନା ମତେ ସଇଁନ୍ତଲା ବ୍ଳକର ବିଭିନ୍ନ ସ୍ଥାନରେ ହଜାର ହଜାର ବସ୍ତା ଧାନ ପଡି ରହିଥିବା ବେଳେ ଟୋକନକୁ ନେଇ ଏବେ ଚିନ୍ତାରେ ଚାଷୀ ରହିଛି । ଏହି ବେଆଇନ ଭାବେ ଧାନ ଆଣୁ ଥିବା ଦଲାଲ ମାନେ ହେଲେ ଖୁସିରାମ ସାହୁ(ସର୍ଗିଗୁଡା) ଓ ଟଙ୍କଧର ସାହୁ(ଟିଟିଲାଗଡ଼) ବୋଲି ଜଣାପଡିଛି । ତେବେ ଗାଡି ନମ୍ବର ଓଡ଼ି ୦୩ଜି ୭୧୨୧ଓ ଓଡ଼ି୦୩ସି ୮୩୮୪କୁ ଜବତ କରି ଟିକ୍ରାପଡା ଫାଣ୍ଡି ଅଧିକାରୀଙ୍କୁ ଜିମା ଦେଇଛନ୍ତି ବ୍ଳକ ପ୍ରଶାସନ । ତେବେ ଏନେଇ ବ୍ଳକ ପ୍ରଶାସନ ପକ୍ଷରୁ ଉକ୍ତ ଗାଡି ମାଲିକ ଓ ଦଲାଲଙ୍କ ନାମରେ ମାମଲା ରୁଜୁ ହୋଇଥିବା ଜଣାପଡିଛି । ତେବେ ଏଭଳି ପଦକ୍ଷେପକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.