centurian jitm

ଟିଟିଲାଗଡ଼ ଓମ ଭ୍ୟାଲି ସ୍କୁଲରେ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ସାମାଜିକ ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ

nschool

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ପ୍ରତିଷ୍ଠିତ ଓମଭ୍ୟାଲି ସ୍କୁଲ ପରିସରରେ ଗୁରୁବାର ଦିନ ବିଜ୍ଞାନ, କଳା, ସାମାଜିକ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟାର ଭବ୍ୟ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ବିଦ୍ୟାର୍ଥୀଙ୍କ ବ୍ୟକ୍ତିତ୍ଵର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ କୁନି କୁନି ବୈଜ୍ଞାନିକଙ୍କ ଅଫୁରନ୍ତ ଆଗ୍ରହକୁ ପ୍ରାଧାନ୍ୟ ଦେଇ ବିଦ୍ୟାଳୟ ତରଫରୁ ଆୟୋଜିତ ହୋଇଛି ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ସାମାଜିକ ବିଜ୍ଞାନ ପ୍ରଦର୍ଶନୀ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ପୌରାଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ସମ୍ମାନିତ ଅତିଥି ଭାବେ ଟିଟିଲାଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ରଥ, ବିଦ୍ୟାଳୟର ପ୍ରତିଷ୍ଠାତା ତଥା ପରିଚାଳନା କମିଟିର ସଭାପତି ଲାୟନ ଦୀପକ କୁମାର ସାହୁ, ବରିଷ୍ଠ ଆଇନଜୀବୀ ପ୍ରଦୀପ ମହାନ୍ତି, ଚାଟାର୍ଡ ଆକାଉଣ୍ଟାଣ୍ଟ ରାକେଶ ଜୈନ, ବିଦ୍ୟାଳୟର ଅଧ୍ୟକ୍ଷ ମହେଶ୍ଵର ପ୍ରସାଦ ମିଶ୍ର ଏବଂ ଉପଦେଷ୍ଟା ଡଃ. ରବିନ ଚନ୍ଦ୍ର ପରମାଣିକ ଯୋଗ ଦେଇଥିଲେ । ପ୍ରଥମେ ଅତିଥିମାନଙ୍କ ଦ୍ଵାରା ଦୀପ ପ୍ରଜ୍ଜ୍ୱଳନ ପରେ ଅତିଥି ମାନେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଉପଯୋଗିତା ଓ ସାମ୍ପ୍ରତିକ ସମୟରେ ବିଜ୍ଞାନର ପ୍ରୟୋଗ ବିଧି ଓ ଉପାଦେୟତା ସମ୍ପର୍କରେ ଅଭିଭାଷଣ ରଖିଥିଲେ । ପିଲା ମାନଙ୍କ ପ୍ରୋଜେକ୍ଟ ଗୁଡ଼ିକୁ ନିରୀକ୍ଷଣ କରିବା ପାଇଁ ବିଚାରକ ଭାବରେ ଉମାକାନ୍ତ ସାହୁ, ଦେବାଶିଷ ସାହୁ, ନନ୍ଦ କୁମାର ହୋତା, ଜିକୁନ୍ ଷଡ଼ଙ୍ଗୀ, ଶ୍ରୀମତୀ ସସ୍ମିତା ପାଣିଗ୍ରାହୀ, ପ୍ରଦୀପ ମିଶ୍ର, ସନ୍ତୋଷ କୁମାର ବେହେରା, ଅନୁପମ ମୁଦୁଲି ଏବଂ ସୌମ୍ୟରଞ୍ଜନ କର ଯୋଗ ଦେଇଥିଲେ । ମୋଟ ୧୦୪ଟି ପ୍ରକଳ୍ପ ଏହି ଅବସରରେ ପ୍ରଦର୍ଶିତ ହୋଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ଵାରା ଉଚ୍ଚମାନର ପ୍ରକଳ୍ପ ପ୍ରସ୍ତୁତି ସହିତ ଆଧୁନିକ ଆବଶ୍ୟକତାକୁ ପ୍ରାଧାନ୍ୟ ଦିଆଯାଇଥିଲା । ପ୍ରାକୃତିକ ଶକ୍ତିର ସୁବିନିଯୋଗ, କୃଷି କ୍ଷେତ୍ରରେ ଆଧୁନିକୀକରଣ ଆଦି ନୂତନ ଜ୍ଞାନକୌଶଳ ସନ୍ଧାନରେ ଛାତ୍ରଛାତ୍ରୀଙ୍କ ସର୍ଜନଶୀଳତା ବେଶ ଆକର୍ଷଣୀୟ ଥିଲା । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ ଖେତ୍ରୀ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନର ମହତ୍ତ୍ଵ ସମ୍ପର୍କରେ ଉଦ୍‌ବୋଧନ ଦେଇଥିଲେ । ବିଜ୍ଞାନ ପ୍ରକଳ୍ପ ପ୍ରସ୍ତୁତିରେ ପ୍ରଥମରୁ ତୃତୀୟ ଶ୍ରେଣୀ ବର୍ଗରେ ସୁଶ୍ରୀ ବେଦଦ୍ୟୁତି ସ୍ଵାଇଁ (ପ୍ରଥମ ଶ୍ରେଣୀ, ଫ୍ଲଡ ଏଲର୍ଟସିଷ୍ଟମ) ଓ ଗର୍ବ ଅଗ୍ରୱାଲ (ପ୍ରଥମ ଶ୍ରେଣୀ, ସ୍ପିନ ଆର୍ଟ ମେସିନ) ପ୍ରଥମ ସ୍ଥାନ, ସାଇ ଦିବ୍ୟାଂଶ ବିଶ୍ଵାଳ (ଦ୍ଵିତୀୟ ଶ୍ରେଣୀ ସ୍ପିଡ ବ୍ରେକର ପାୱାର ଜେନରେସନ) ଓ ପ୍ରଜନ୍ୟା ପାଣିଗ୍ରାହୀ (ଦ୍ଵିତୀୟ ଶ୍ରେଣୀ, ଲଙ୍ଗସ ମଡେଲ) ଦ୍ଵିତୀୟ ସ୍ଥାନ ଏବଂ ଶ୍ରେୟସ ବିଶି (ପ୍ରଥମ ଶ୍ରେଣୀ ୱେଷ୍ଟ ମେନେଜମେଣ୍ଟ) ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ବର୍ଗରେ ସାନଭି, ସ୍ମରଣିକା, ଶ୍ରେୟାଂଶି ଓ ସାଇ ରଞ୍ଜିନୀ ଦଳଗତ ପ୍ରଥମ ସ୍ଥାନ (ନେଚୁରାଲ ଫର୍ଟି ଲାଇଜର) ଶୁଭାଙ୍ଗୀ ଓ ଅଦ୍ଵେତା ଦଳଗତ ପ୍ରଥମ ସ୍ଥାନ, ମୋହନ, ଈଶାନ୍ତ, ଦେବ ଓ ଅଂଶୁମାନ ଦଳଗତ ଦ୍ଵିତୀୟ ସ୍ଥାନ ଏବଂ ଅନୁରାଗ ଦୋରା ଓ ଅଭିନବ ମିଶ୍ର ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । ଷଷ୍ଠ, ସପ୍ତମ ଶ୍ରେଣୀ ବର୍ଗରେ ନୈତିକ ରଞ୍ଜନ ମାଝୀ ଏବଂ ବେଦାନ୍ତ ଅଗ୍ରୱାଲ (ସପ୍ତମ ଶ୍ରେଣୀ) ପ୍ରଥମ ସ୍ଥାନ ଶ୍ରୀୟାଂଶ ମେହେର ଓ ସୁଶ୍ରୀ ଶ୍ରେଷ୍ଠତା ସାହୁ (ସପ୍ତମ ଶ୍ରେଣୀ) ଦ୍ଵିତୀୟ ଏବଂ ସୃଷ୍ଟି ଅଗ୍ରୱାଲ (ଷଷ୍ଠ ଶ୍ରେଣୀ) ତୃତୀୟ ସ୍ଥାନ ଅଧିକାର କରିଥିଲେ । ଅଷ୍ଟମ, ନବମ ଶ୍ରେଣୀ ବର୍ଗରେ ନମନ ଜୈନ, ବର୍ଦ୍ଧମାନ ଜୈନ ଓ ଧିରେନ ଅମାନ୍ତ(ନବମ ଶ୍ରେଣୀ) ପ୍ରଥମ ସ୍ଥାନ, ପ୍ରିତମ ସାହୁ ,ସୂର୍ଯ୍ୟାଶିଷ ତ୍ରିପାଠୀ (ଅଷ୍ଟମ ଶ୍ରେଣୀ) ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବେଳେ ହିତେଶ ଜୈନ ଏବଂ ମୟଙ୍କ ଜୈନ ତୃତୀୟ ସ୍ଥାନ ଅଧିକାର କରିଥିଲେ । ମୁକ୍ତବାଚନରେ ସତ୍ୟମ୍ ପ୍ରଜ୍ଞା ପାଣିଗ୍ରାହୀ (ସପ୍ତମ ଶ୍ରେଣୀ) ପ୍ରଥମ ସ୍ଥାନ, ଶ୍ରେୟା ପଟ୍ଟନାୟକ (ସପ୍ତମ ଶ୍ରେଣୀ) ଦ୍ଵିତୀୟ, ହଂସିକା ବଗର୍ତ୍ତୀ (ସପ୍ତମ ଶ୍ରେଣୀ) ତୃତୀୟ ସ୍ଥାନ ଅଧିକାର କରିଥିଲେ । ବରିଷ୍ଠ ବର୍ଗରେ ଶ୍ରେୟା ବଂଶଲ(ନବମ ଶ୍ରେଣୀ) ପ୍ରଥମ, ପ୍ରତୀକ୍ଷା ପଣ୍ଡା (ନବମ ଶ୍ରେଣୀ) ଦ୍ଵିତୀୟ ଏବଂ ସ୍ମିତିସ୍ନିଗ୍ଧା ସିଂ (ନବମ ଶ୍ରେଣୀ) ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ସାମାଜିକ ବିଜ୍ଞାନରେ କନିଷ୍ଠ ବର୍ଗରେ ସୃଷ୍ଟି ଅଗ୍ରୱାଲ (ଷଷ୍ଠ ଶ୍ରେଣୀ) ପ୍ରଥମ, ପିହୁ ଜୈନ ଏବଂ ଲବ୍ଧି ଜୈନ(ସପ୍ତମ ଶ୍ରେଣୀ)ମିଳିତ ଭାବେ ଦ୍ଵିତୀୟ ଏବଂ ଆୟେସା ତିୱାରୀ (ସପ୍ତମ ଶ୍ରେଣୀ) ତୃତୀୟ ସ୍ଥାନ ଅଧିକାର କରିଥିଲେ । ବରିଷ୍ଠ ବର୍ଗରେ ରିଆ ସିକ୍କା ଏବଂ ଆଦ୍ୟାଶା ମିଶ୍ର (ନବମ ଶ୍ରେଣୀ) ପ୍ରଥମ ସ୍ଥାନ, ଅନୁଷ୍କା ସିଂଦେଓ ଏବଂ ଗୁନଗୁନ ଦନ୍ତା ଦ୍ଵିତୀୟ ସ୍ଥାନ ଏବଂ ପ୍ରତୀକ୍ଷା ପଣ୍ଡା (ନବମ ଶ୍ରେଣୀ) ତୃତୀୟ ସ୍ଥାନ ଅଧିକାର କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ର ଛାତ୍ରୀଙ୍କ ମିଳିତ ସହଯୋଗରେ ପ୍ରଦର୍ଶନୀଟି ସୁଚାରୁ ରୂପେ ସମ୍ପାଦିତ ହୋଇଯାଇଛି ।

Leave A Reply

Your email address will not be published.