ଟିଟିଲାଗଡ଼ ରେଲୱେ ଷ୍ଟେସନରୁ ଦାଦନ ଶ୍ରମିକ ଉଦ୍ଧାର : ଦାଦନ ସର୍ଦ୍ଦାର ଫେରାର

ଟିଟିଲାଗଡ଼, (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲାରେ ବାହାର ରାଜ୍ୟକୁ ଦାଦନ ଶ୍ରମିକଙ୍‌କ ଯିବା ବଢିବାକୁ ଲାଗୁଥିବା ବେଳେ ରୋଜଗାର ଦେବା ପାଇଁ ସରକାରଙ୍କ ଯୋଜନା ଫେଲ ମାରୁଥିବା ପରିଲକ୍ଷିତ ହେଉଛି । ତେବେ ନାମକୁମାତ୍ର ପ୍ରଶାସନର କଟକଣା, ମନରେଗା ଯୋଜନାରେ ନିଯୁକ୍ତି ପ୍ରୟାସ ପ୍ରହସନ ପାଲଟିଛି ବୋଲି ସାଧାରଣରେ ଆଲୋଚନା ହେଉଛି । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ରେଳ ଷ୍ଟେସନରେ ଶହ ଶହ ସଂଖ୍ୟାରେ ଦାଦନ ଶ୍ରମିକ‌ଙ୍କୁ ନାନ୍ଦେଡ ଏକ୍ସପ୍ରେସ ଯୋଗେ ଆନ୍ଧ୍ରପ୍ରଦେଶକୁ ଚାଲାଣ ପାଇଁ ଅଣାଯାଇଥିଲା । ଖବର ପାଇ ପ୍ରଶାସନ ଚଢଉ କରିଥିଲା । ଶିଶୁ, ନାବାଳିକାଙ୍କୁ ଧରି ଯାଉଥିବା ପିତାମାତା ସେମାନଙ୍କ ଟ୍ରେନ ଟିକେଟ ମଧ୍ୟ ଦେଖାଇ ପାରିନଥିଲେ । ସବୁ ଟିକେଟ ତକ ଦଲାଲ ଧରି ଲୁଚି ବସିଥିଲା । କିଛି ଶ୍ରମକି ପରିବାର ଟିକେଟ ଧରିଥିଲେ ମଧ୍ୟ କୁଆଡେ ଯିବେ, କ’ଣ କାମ କରବେ, କାହା ପାଖରେ ନିୟୋଜିତ ହେବେ, ସେନେଇ କିଛି ଜାଣି ନଥିବା କହିଥିଲେ । ଟିଟିଲାଗଡ ବ୍ଲକ ଆମପାଲି, ମୁରିବାହାଲ ବ୍ଲକ ପତ୍ରାପାଲି, ବେଲପଡା ବ୍ଲକ ଯୁବା ଆଦି ଅଞ୍ଚଳରୁ ଶ୍ରମକି ପରିବାର ବୁହା ହୋଇ ଆସିଥିଲେ । ରେଳ ଷ୍ଟେସନରେ ଟିଟିଲାଗଡ ଏସଡିପିଓ ସରୁେନ୍ଦ୍ରନାଥ ଶତପଥି, ଥାନା ଏସଆଇ ଅକୃର ପାତ୍ର ସଦଳବଳ ପହଞ୍ଚି ଆରପିଏଫ ବାହିନୀ ସହାୟତାରେ ଶ୍ରମିକ ପରିବାରଙ୍କୁ ଉଦ୍ଧାର କରି ଟିଟିଲାଗଡ ଥାନାକୁ ଆଣିଥିଲେ । ତେବେ ଅନେକ ଶ୍ରମକି ପରିବାର ଦଲାଲଙ୍କ ଇସାରାରେ ଲୁଚି ଯାଇଥିବା ଅଭିଯୋଗ ହୋଇଛି । ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ବିରେନ୍ଦ୍ର ବାଗ, ବିଜେପି ନଗର ସମ୍ପାଦକ କୁନା ଭାଟି ଷ୍ଟେସନରେ ପହଞ୍ଚି ଶ୍ରମକି ପରିବାରଙ୍କୁ ନିଜ ଜୀବନକୁ ବାଜି ଲଗାଇ ପ୍ରଲୋଭନରେ ପଡ଼ି ରାଜ୍ୟ ବାହାରକୁ ଯିବା ବିପଜ୍ଜନକ ବୋଲି ବୁଝାଇଥିଲେ । ଏପରିକି ତାଙ୍କ ଗାଁ ସାନପତ୍ରାପାଲି ଅଞ୍ଚଳରୁ ଶ୍ରମକି ନେବା ପାଇଁ ବଇନା ଦିଆଯାଇ ସାରିଥିବା ନାରେନ ସରପଞ୍ଚ ଦୟାରାମ ଅଗ୍ରୱାଲ ଚିନ୍ତା ପ୍ରକଟ କରିଛନ୍ତି ।

ଅନ୍ୟପକ୍ଷରେ ପ୍ରଶାସନ ସତର୍କ ହେବା ବଦଳରେ ଦାଦନ ଶ୍ରମିକ ବ୍ୟବସାୟକୁ ପ୍ରୋତ୍ସାହନ ଦେଇ ଚାଲିଥିବା ଅଭିଯୋଗ ହୋଇଛି । ସ୍ୱତନ୍ତ୍ର ଯୋଜନା କାର୍ୟ୍ୟକାରୀ କରାଯିବା ସହ ସରକାର ବଲାଙ୍ଗିର ଜିଲାକୁ ଦାଦନମକ୍ତୁ ଘୋଷଣା କରିଛନ୍ତି । ଜିଲ୍ଲା ଶ୍ରମ ବିଭାଗ ଶ୍ରମକି ଚାଲାଣ ଲାଇସେନ୍ସ ନବୀକରଣ କରୁନାହିଁ । ତେବେ ଜିଲ୍ଲା ପ୍ରଶାସନ ଦାଦନ ଖଟି ଯାଉଥିବା ଶ୍ରମିକମାନଙ୍କ ପାଇଁ କାମ ଯୋଗେଇ ଦେବା ପାଇଁ ସଇଁନ୍ତଲା ବ୍ଳକ କଂଗ୍ରେସ ସଭାପତି ଗୁଣସାଗର ମାଝୀ ଦାବୀ କରିଛନ୍ତି ।

Leave A Reply

Your email address will not be published.

error: Content is protected !!