ଚାନ୍ଦୋତରାରେ ବସ୍‌ ଧକ୍କାରେ ବୃଦ୍ଧ ମୃତ : ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ସିନ୍ଧେକେଲା, (କେପିଏନ୍‌ଏସ୍‌) : ବସ୍‌ ଧକ୍କାରେ ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧଙ୍କ ମୃତ୍ୟୁ । ଗତ ୨୨ ତାରିଖ ଦିନ ଚାନ୍ଦୋତରା ଗାଁର ପୀତବାସ ବେହେରାଙ୍କୁ ଏକ ବସ୍‌ ଧକ୍କା ଦେଇଥିଲା । ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରିବା ପରେ ରାୟପୁର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ହେଲେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି । ଆଜି ସକାଳୁ କ୍ଷତିପୂରଣ ଦାବି ନେଇ ଉତ୍ୟକ୍ତ ଲୋକେ ସିନ୍ଧେକେଲା ଥାନା ଚାନ୍ଦୋତରା ଛକରେ ରାସ୍ତାରୋକ କରିଥିଲେ । ଖଡ଼ିଆଳ- ଭବାନୀପାଟଣା ରାସ୍ତା ଅବରୋଧ ଯୋଗୁଁ ଯାତାୟାତ ଠପ୍‌ ହେବା ଫଳରେ ଶହ ଶହ ଗାଡି ଅଟକି ରହିଥିବା ଦେଖାଯାଇଥିଲା । ଖବର ଲେଖା ହେବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ସିନ୍ଧେକେଲା ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.