ଜୁଆ ଆଡ୍ଡା ଚାଲିଥିବା ବେଳେ ମାଡ଼ିବସିଲା ପୋଲିସ : ୧୮ ଗିରଫ

ଟାଙ୍ଗୀ : ଜଙ୍ଗଲରେ ଜୁଆ ଆଡ୍ଡା ଚାଲିଥିବା ବେଳେ ବେଶ ବଦଳାଇ ମାଡ଼ି ବସିଲା ପୋଲିସ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି । ଏହି ଘଟଣାରେ ଟାଙ୍ଗୀ ପୋଲିସ ୧୦ ଜଣଙ୍କୁ ଗିରଫ କରିଥିବା ବେଳେ ଚାନ୍ଦପୁର ପୋଲିସ ଜଣେ ମହିଳାଙ୍କ ସହିତ ୭ ଜଣ ଜୁଆଡିଙ୍କୁ ଗିରଫ କରିଥିବା ଖବର ମିଳିଛି । ସେମାନଙ୍କ ପାଖରୁ ମୋବାଇଲ ଫୋନ୍, ବାଇକ ଏବଂ ନଗଦ ୭୬ ହଜାର ୩ ଶହ ଟଙ୍କା ଜବତ ହୋଇଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର କୁପନ୍ ମଧ୍ୟ ଜବତ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.