ରାଉରକେଲା ଭାଇବ୍ରାଣ୍ଟର ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱ ପୋଲିଓ ଦିବସ ପାଳନ ଅବସରରେ ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଏକ ଅଟୋ ସଚେତନତା ରାଲି ବାସନ୍ତୀ କଲୋନୀ ସ୍ଥିତ ସରୋବର ଠାରେ ଅନୁଷ୍ଠିତ ହୋଇଯାଇଛି । ଭାଇବ୍ରାଣ୍ଟର ସଭାପତି ରୋଟାରିଆନ୍‌ ପ୍ରଶାନ୍ତ ରଞ୍ଜନ ପାତ୍ର ଓ ସମ୍ପାଦକ ରୋଟାରିଆନ୍‌ ବସନ୍ତ କୁମାର ତନ୍ତୀଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୋଲିଓ ମୁକ୍ତ ବିଶ୍ୱ ବ୍ୟାନର ଗୁଡିକ ଅଟୋ ଗୁଡ଼ିକରେ ଲଗାଇ ସ୍ଥାନୀୟ ଅଞ୍ଚଳରେ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରୋଟାରିଆନ୍‌ ଡ. ମୀନତି ପଣ୍ଡା, ଡ. ସଞ୍ଜୁକ୍ତା ପତି, ଅଜିତ ମୋହନ ପୂଜାରୀ, ଅନିତା ନାୟକ, ବିଶ୍ୱନାଥ ମହାନ୍ତି ଓ ବିଜୟାଲକ୍ଷ୍ମୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ରାଲି କରିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସଭାପତି ଶ୍ରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.