ମିଷ୍ଟି ପ୍ରଡକ୍ସନ୍‌ ଓ ଏସ୍‌ଏସ୍‌ ମିଡ଼ିଆ ପକ୍ଷରୁ ଆନନ୍ଦ ସେବାସଦନକୁ ଆର୍ଥିକ ସହାୟତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜାଜୀ ଟାଉନ୍ ହଲ୍‌ରେ ଗତ ୨୮ ତାରିଖରେ ମିଷ୍ଟି ପ୍ରଡକ୍ସନ ଓ ଏସ୍‌ଏସ୍‌ ମିଡ଼ିଆ ଦ୍ଵାରା ଆୟୋଜିତ ସମ୍ବଲପୁରୀ ସିନେମା ‘ବୁନକର୍ ପିଲାର କାଏଁ ଦୋଷ’ ଶୁଭମୁକ୍ତି ହୋଇ ୩ ଦିନ ଧରି ଚାଲିଥିଲା । ଏହା ସହ ୩ ଦିନ ହାଉସ୍‌ଫୁଲ ମଧ୍ୟ ହୋଇଥିଲା । ତେଣୁ ଏହି ସିନେମାର ସଫଳତା ହେବା ଖୁସିରେ ୬ ତାରିଖ ଦିନ ଆନନ୍ଦ ସେବାସଦନ ବଡ଼ପିପିଲିପାଲିକୁ ଆସି କିଛି ଆର୍ଥିକ ସହଯୋଗ କଲେ । ଏହା ସହ ଅନ୍ତେବାସୀଙ୍କ ସହ ମିଶି ଖାଇବା ସହ ସୁଖଦୁଃଖ ବୁଝିଥିଲେ ଏବଂ ସେବା ସଦନର ମୁଖ୍ୟ ଆନନ୍ଦ ସେଠ୍‌ଙ୍କୁ ସେବା ସଦନର ସମସ୍ୟା ବୁଝିଥିଲେ ଓ ଆଗକୁ ସହଯୋଗର ହାତ ବଢେଇବା ପାଇଁ ମଧ୍ୟ ପ୍ରତିଶୃତି ଦେଇଥିଲେ । ସିନେମାର ପ୍ରୟୋଜକ ଓ ନିର୍ଦ୍ଦେଶକ ହେମରାଜ ମେହେର ଓ ଶ୍ୟାମ ମେହେରଙ୍କ ସହ ଅଭିନେତା ନାରାୟଣ ମେହେର ତଥା ଅନେକ କଳାକାର ସହ ସହଯୋଗୀ ରୋହିତ ମେହେର, ରମେଶ ମେହେର ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.