pr

ବନ୍ୟପ୍ରାଣୀ ସପ୍ତାହ ଅବସରରେ ସ୍ୱର୍ଣ୍ଣ ଏବଂ ରୌପ୍ୟ ପଦକ ପ୍ରାପ୍ତ ଲିଜି ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ବନଖଣ୍ଡ ପକ୍ଷରୁ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ପରିସରରେ ବରଗଡ ବନଖଣ୍ଡ ଅଧିକାରୀ ବିକ୍ରମଦେବ ପଟ୍ଟନାୟକଙ୍କ ସଭାପତିତ୍ୱରେ ୭୦ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ପଦ୍ମପୁର କୁନାଲ ମୋତିରାମ ଚୌହାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ, କଲେଜ ଅଧ୍ୟକ୍ଷ ଲଲିତ ମୋହନ ପଣ୍ଡା ସମ୍ମାନୀତ ଅତିଥି ଏବଂ ଅବସରପ୍ରାପ୍ତ ପ୍ରଧ୍ୟାପକ କେଶରଞ୍ଜନ ପ୍ରଧାନ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ । ପଦ୍ମପୁର ବନାଞ୍ଚଳ ଅଧିକାରୀ ସୁଦାମ ଜଗଦଲାଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଅଧ୍ୟାପକ ସରୋଜ ନାଏକ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଲନା କରିଥିଲେ । ଏହି ଅବସରରେ ଅନୁଗୁଳ ସ୍ଥିତ ଓଡିଶା ବନରାଜିକ ମହାବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ଫରେଷ୍ଟ ସ୍ପୋର୍ଟସ ମିଟର ଡିସକସ୍-ଥ୍ରୋ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣପଦକ ଏବଂ ହାମର୍-ଥ୍ରୋ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ହାସଲ କରିଥିବା ପଦ୍ମପୁର ରେଞ୍ଜରେ କାର୍ଯ୍ୟରତ ବନରକ୍ଷୀ ଲିଜି ମହାପାତ୍ର ଏବଂ ଜୋନାଲ ଫରେଷ୍ଟ ସ୍ପୋର୍ଟସରେ କୃତିତ୍ୱ ହାସଲ କରିଥିବା ସୁପ୍ରିୟା ଭୋଇ, ଅଭିଷେକ ସାହୁ ଏବଂ ପୃଥିରାଜ ଭୋଇଙ୍କୁ ମୁଖ୍ୟ ଅତିଥି ତଥା ମଞ୍ଚାସୀନ ଅତିଥି ପୁଷ୍ପଗୁଚ୍ଛ, ଉପଢୌକନ ଏବଂ ଚାରା ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ସହକାରୀ ବନ ସଂରକ୍ଷକ ଡ. ହରମୋହନ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.