ଜିଲ୍ଲା ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଜିଲ୍ଲା ସାମ୍ୱାଦିକ ସଂଘ ରାୟଗଡର ସ୍ୱାବଲମ୍ବୀ କାର୍ୟ୍ୟାଳୟ ଠାରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସଂଘର ସଭାପତି ଡ. ବାଦଲ କୁମାରଙ୍କ ପୌରହିତ୍ୟରେ ହୋଇଥିବା ବେଳେ ସଂଘର ସମ୍ପାଦକ ରବୀନ୍ଦ୍ର ପାଟଖଣ୍ଡାଳ ପରିଚାଳନା କରିଥିଲେ । ସଂଘର ବାର୍ଷିକ ସାମାଜିକ କାର୍ଯ୍ୟକ୍ରମ ଉପରେ ଡ. ବାଦଲ ସମ୍ୟକ୍ ବିବରଣୀ ପ୍ରଦାନ କରିଥିଲେ । ଏହି ବୈଠକରେ ଜିଲ୍ଲାର ଅନେକ ସମସ୍ୟାକୁ ନେଇ ଆଲୋଚନା ହେବା ସହ ଏହାକୁ ନେଇ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବା ନେଇ ଆଲୋଚନା ହୋଇଥିଲା । ବୈଠକରେ କର୍ମକର୍ତ୍ତା ଚୟନ ନେଇ ଆଲୋଚନା ହୋଇଥିବା ବେଳେ ବନ୍ଧୁମିଳନ କାର୍ଯ୍ୟକ୍ରମ ପାଇଁ ଆଗାମୀ ୨୦୨୫ ଜାନୁୟାରୀ ପ୍ରଥମ ସପ୍ତାହ ପାଇଁ ପ୍ରସ୍ତାବ ଦିଆଯାଇଛି । କାର୍ଯ୍ୟକ୍ରମରେ ସଂଘର ଉପଦେଷ୍ଟା ବିଜୟ ମିଶ୍ର, କୀର୍ତ୍ତି ସାହୁ, ଅଜୟ ରଥ, ଅନିଲ ସାହୁକାର, ଅକ୍ଷୟ ପିଡ଼ିସିକା, ତିରୁମାଲା ପଟ୍ଟନାୟକ, ମହେଶ ପାଟଖଣ୍ଡାଳ, ରଞ୍ଜନ ସ୍ୱାଇଁ, ଶ୍ୟାମ ଦାଶ, ବିଦ୍ୟା ପଣ୍ଡା, ଶସ୍ୟ ବେହେରା, ପ୍ରସାଦ ଲିମା, ମନୋଜ ଜେନା, ବ୍ରଜ ପାଢ଼ୀ, ସନ୍ତୋଷ ଗୁରୁ, ତପନ କାଡ୍ରାକା ପ୍ରମୁଖ କାର୍ଯ୍ୟକାରିଣୀ କମିଟିର ସଦସ୍ୟ ଯୋଗ ଦେଇଥିଲେ । ଶେଷରେ ସଂଘର କୋଷାଧ୍ୟକ୍ଷ ବିଜୟ ଦାଶ ଧନ୍ୟବାଦ୍ ଅର୍ପଣ କରି ସଭାଭଙ୍ଗ କରିଥିଲେ ।

Leave A Reply

Your email address will not be published.