ହୋମିଓପ୍ୟାଥି କଲେଜର ସମସ୍ୟାକୁ ନେଇ ଏଡ଼ିଏମ୍‌ଙ୍କୁ ସାକ୍ଷାତ କଲେ ପ୍ରତିନିଧି ମଣ୍ଡଳୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ସେକ୍ଟ-୨୧ ସ୍ଥିତ ହୋମିଓପ୍ୟାଥିକ ମେଡିକାଲ କଲେଜର ଆଗାମୀ ନଭେମ୍ବର ୨୦୨୪ରେ ରାଜ୍ୟରେ ଥିବା ହୋମିଓପ୍ୟାଥି କଲେଜ ଓ ଆୟୁର୍ବେଦିକ କଲେଜ ସମ୍ମୁହର ରାଜ୍ୟସ୍ତରୀୟ କ୍ରୀଡା ସମାରୋହ ଆୟୋଜନ ହେବାକୁ ଯାଉଛି । ତେବେ ଏହି କ୍ରୀଡା ଆୟୋଜନ ପାଇଁ ଖେଳପଡ଼ିଆଟିଏ ନଥିବାରୁ ଆଜି କଲେଜ ଛାତ୍ର ସଂସଦର ସଭାପତି ସନ୍ତୋଷ ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ସହ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମର କମିଶନର ଆଶୁତୋଷ କୂଳକରଣୀଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ । କଲେଜ ପରିଷରରେ ଥତବା ଖେଳ ପଡ଼ିଆଟି ଖେଳ ପାଇଁ ଉପଯୁକ୍ତ ନଥିବାରୁ ଏହି ପଡିଆକୁ ସମତଳ କରିବାର ଆବଶ୍ୟକତା ଥିବା କଥା ବିଦ୍ୟାଳୟର ଛାତ୍ରମାନେ କହିଥିଲେ । ଏହା କେତେଦୂର ସମ୍ଭବ ସେ ଦେଖିବା ସହ ଆବଶ୍ୟକ ପଡ଼ିଲେ ବିଶ୍ରା ଛକଠାରେ ଥିବା ଷ୍ଟାଡିୟମ ଉପଲବଦ୍ଧ କରିହେବ ବୋଲି ଆର୍‌ଏମ୍‌ସି କମିଶନର ପ୍ରତିଶୃତି ଦେଇଥିବା ଜଣାପଡିଛି । ଏଡ଼ିଏମଙ୍କୁ ସାକ୍ଷାତ କରିଥିବା ପ୍ରତିନିଧି ମଣ୍ଡଳୀରେ ବିଜେପି ପାନପୋଷ ସାଂଘଠନିକ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଲତିକା ପଟ୍ଟନାୟକ ଏବଂ କଲେଜର ଅଧ୍ୟକ୍ଷା ଡ. ନିବେଦିତା ନାଥ, ଡ. ଅଜୟ ବିଶ୍ୱାଳ, ଛାତ୍ର ରଜତ ନାୟକ, ସରୋଜ ପାଢ଼ୀ, ଜ୍ଞାନ ରଞ୍ଜନ ସେନାପତି, ହିମାଂଶୁ ଶେଖର ମହନ୍ତ ପ୍ରମୁଖ ସାମିଲ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.