oom

ଗଣେଶ ପୂଜା ଉପଲକ୍ଷେ ରକ୍ତଦାନ ଶିବିର

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ଅନ୍ତର୍ଗତ ୮ ନମ୍ବର ୱାର୍ଡ ପୁଇଁତଳା ଗ୍ରାମର ବାରିକି ସାହି ସ୍ଥିତ ସଂସ୍କୃତିକ ଭବନ ପରିସରରେ ପବିତ୍ର ଗଣେଶ ପୂଜା ଉପଲକ୍ଷେ ଏକ ମହା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଯୋଗ ଦେଇ ରକ୍ତଦାନ ଭଳି ମହତ କାର୍ଯ୍ୟ ପାଇଁ ଯୁବକମାନଙ୍କୁ ପ୍ରଶଂସା କରିଥିଲେ । ଆଗକୁ ଏଭଳି ଏପରି ମହାନ କାର୍ଯ୍ୟକ୍ରମ କରିବାପାଇଁ ପ୍ରୋତ୍ସାହନା କରିବା ସହ ସହଯୋଗର ହାତ ବଢେଇବେ ବୋଲି କଥା ଦେଇଛନ୍ତି । ଓକିଲ କୈଳାଶ ପଲାଇଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ୮ ନମ୍ବର ୱାର୍ଡର କାଉନସିଲର ମହାଲକ୍ଷ୍ମୀ ନାଏକ, ବଡ଼ ବଜାର ବଣିକ ସଙ୍ଘ ସଭାପତି ଗୌରୀ ଶଙ୍କର ବାରିକି, ଯୁବ ନେତା ସୁଦାମ ଜେନା, ପୁଇଁତଳା ସାଂସୃତିକ ପରିଷଦ ସଭାପତି ହରି ହର ବିଶ୍ୱାଳ, ସିମାଞ୍ଚଳ ବାରିକି, ଯୁବ ନେତା ଅକ୍ଷୟ ସ୍ୱାଇଁ, ଗ୍ରାସୀମ କମ୍ପାନୀର ୟୁନିଟ ହେଡ଼ ଅଜୟ ଗୁପ୍ତା, ସୁସ୍ମିତା ବେହେରା ପ୍ରମୁଖ ମଂଚାସୀନ ରହିଥିଲେ । ବ୍ରହ୍ମପୁର ରକ୍ତ ଭଣ୍ଡାରର କର୍ମଚାରୀ ଉପସ୍ଥିତ ରହି ୭୯ ୟୁନିଟ ରକ୍ତ ସଂଗ୍ରହ କରିଥିଲେ । ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ୍ୟ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମକୁ ପୂଜା କମିଟିର ସଭାପତି ଶ୍ରବଣ କୁମାର ବାରିକି, ସମ୍ପାଦକ ସୁନୀଲ କୁମାର ବିଶ୍ୱାଳ, କୋଷାଧକ୍ଷ ସାଫଲ୍ୟ ପଳାଇ, ଉପଦେଷ୍ଟା ଅଜୟ ବାରିକି, ଲକ୍ଷ୍ମଣ ପଲାଇ ପ୍ରମୁଖ ପରିଚାଳନା କରିଥିଲେ । ସହଯୋଗ କରିଥିଲେ ଜୟ କୃଷ୍ଣ ବାରିକି, କିରଣ, ସାଗର, ବିଭୁତି, ରିତେଶ, ସ୍ୱରୂପ, କାଁହୁ, ଦିଲୀପ, ମନୋଜ, ଜିତୁ, ସୁନୀଲ, ପ୍ରଭାତ, ପଙ୍କଜ ପ୍ରମୁଖ ।

jittmm
Leave A Reply

Your email address will not be published.