ଗୁରୁଦିବସ ଉପଲକ୍ଷେ ତିଥି ଭୋଜନ ଦେଲେ ପୁରାତନ ଛାତ୍ର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଇଁଳାସାରୀ ଠାରେ ପୁରାତନ ଛାତ୍ର ନେପାଳ ଅଦାବର ସପତ୍ନୀକ ଉପସ୍ଥିତ ରହି ତିଥି ଭୋଜନ ଦେଇଛନ୍ତି । ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟର ୧୮୬ ଜଣ ଛାତ୍ରଛାତ୍ରୀ ଓ ଅଙ୍ଗନବାଡି କେନ୍ଦ୍ରର ସମସ୍ତ ଛାତ୍ରଛାତ୍ରୀଙ୍କୁ ଭାତ, ଡାଲି, ତରକାରୀ, ଆମ୍ବିଳ, କ୍ଷୀରି ଭୋଜନ ଦେଇଥିଲେ । ସମଲେଇଚୁଆଁ ସାଧନ କେନ୍ଦ୍ର ସଂଯୋଜକ ସୁରେଶ ପୂଜାରୀ, ପ୍ରଧାନ ଶିକ୍ଷକ ଚକ୍ରପାଣି ସାହୁ, ସହକାରୀ ଶିକ୍ଷକ ପଞ୍ଚାନନ ପଧାନ, ଧ୍ରୁବଚରଣ ପଣ୍ଡା, ଶୁଭଲାଲ ସାହୁ, ପରିଚାଳନା କମିଟି ସଭାପତି ତହସିଲ ଗଡତିଆ, ଅଭିଭାବକ କମିଟି ମୁଖ୍ୟ ସୁଦାମ ଅଦାବର, ଅଭିଭାବକ ଗୋବିନ୍ଦ ପୁରୋହିତ, ସଦାନନ୍ଦ ଭୁଏ, ପୂର୍ବ ସଭାପତି ନାରାୟଣ ଅଦାବର, ସନ୍ତୋଷ ସାହୁ, ଭଦ୍ରବ୍ୟକ୍ତି ଘନଶ୍ୟାମ ନାଏକ, ମାନଭଞ୍ଜନ ତ୍ରିପାଠୀ, ଜଗବନ୍ଧୁ ବଢ଼େଇ, ଗଜବନ୍ଧ ସି.ଆର.ସି.ସି ନରେନ୍ଦ୍ର ପୁରୋହିତ, ପୁରାତନ ଛାତ୍ର ଅନନ୍ତ ସେଟ, ଅନିରୁଦ୍ଧ ଗଡତିଆ, ହିମାଂଶୁ ଅଦାବର, ବବଲୁ ଅଦାବର, ରିଭୁ ଭୁଏ, ଅଙ୍ଗନବାଡି କର୍ମୀ ରିମା ମିଶ୍ର, ସୁରଭି ନାଗ, ଲଳିତା ମହାନନ୍ଦ, ସମସ୍ତ ପାଚିକା ଉପସ୍ଥିତ ଥିଲେ । ଶେଷରେ ବିଜ୍ଞାନ ଶିକ୍ଷକ ଦୁର୍ଯ୍ୟୋଧନ ବାରିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.