ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଚଣ୍ଡିଖୋଲ : ଶଗଡ଼ିଆ ନାଳରୁ ଉଦ୍ଧାର ହେଲା କଲେଜ ଛାତ୍ରଙ୍କ ମୃତଦେହ । ମୃତକ ଜଣକ ଅଭୟପୁର ଗ୍ରାମର ରୁଦ୍ର ପ୍ରସାଦ ବେହେରା ବୋଲି ଜଣାପଡ଼ିଛି । ସୂଚନାନୁଯାୟୀ, ରୁଦ୍ର ୨ ଦିନ ତଳେ ନିଖୋଜ ହୋଇଥିଲେ । ଏନେଇ ପରିବାର ଲୋକେ ପୁଅକୁ ଖୋଜାଖୋଜି କରିବା ପରେ ନପାଇବାରୁ ନିରାଶ ହୋଇ ଧର୍ମଶାଳା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ତେବେ ଆଜି ସକାଳୁ ରଥିଆ ଠାରେ ଥିବା ଏକ କ୍ରସର ନିକଟରେ ଯାଇଥିବା ଶଗଡ଼ିଆ ନାଳରେ ରୁଦ୍ରଙ୍କ ମୃତଦେହ ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକେ । ଏହା ଦେଖି ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ରୁଦ୍ରଙ୍କ ମୃତଦେହ ଉଦ୍ଧାର କରିଛି । ରୁଦ୍ର କଲେଜର ଜଣେ ଛାତ୍ର ଥିଲେ । ତେବେ ପ୍ରେମ ବ୍ୟାପାରକୁ ନେଇ ପୁଅକୁ ହତ୍ୟା କରାଯାଇଥିବା ସନ୍ଦେହରେ ପରିବାର ଲୋକ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଘଟଣାର ତଦନ୍ତ କରୁଛି ଧର୍ମଶାଳା ପୋଲିସ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.