ମାଣ୍ଡୋସିଲ +୨ କଲେଜରେ ନୂତନ ଅଧ୍ୟକ୍ଷଙ୍କ କାର୍ଯ୍ୟଭାର ଗ୍ରହଣ

ପଦ୍ମପୁର, (ନିରୋଜ କୁମାର ପାଣୀ ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ମାଣ୍ଡୋସିଲ +୨ କଲେଜରେ ନୂତନ ଅଧ୍ୟକ୍ଷ ଭାବରେ ଅଧ୍ୟାପକ ପରମେଶ୍ୱର ସାହୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହି ସମୟରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥାଇ ଶୁଭେଚ୍ଛା ଜଣାଇଛନ୍ତି । ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରି ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି ଅଧ୍ୟକ୍ଷ ଆଶା କରିଛନ୍ତି ।

Leave A Reply

Your email address will not be published.