oom

ବାଇକ୍ ଲୁଟେରା ଗ୍ୟାଙ୍ଗ୍‌ ଗିରଫ

jsmm

ବାଲେଶ୍ୱର : ବାଇକ୍ ଲୁଟେରା ଗ୍ୟାଙ୍ଗ୍‌କୁ ଧରିଲା ବାଲେଶ୍ଵର ଟାଉନ୍ ଥାନା ପୋଲିସ। ୬ ବାଇକ୍ ଲୁଟେରା ଗିରଫ ସହିତ ୧୭ ବାଇକ୍ ଜବତ। ଲୁଟେରାଙ୍କ ମଧ୍ୟରୁ ୩ ଜଣ ନାବାଳକ। ଏହି ସବୁ ବାଇକ୍ ଗୁଡ଼ିକ ବାଲେଶ୍ଵର, ଭଦ୍ରକ ଜିଲ୍ଲାରୁ ଚୋରି ହୋଇଥିବା ଜଣାପଡ଼ିଛି। ମିଳିଥିବା ବାଇକ୍ ମଧ୍ୟରୁ ୬ ଜଣଙ୍କୁ ସେମାନଙ୍କ ବାଇକ୍ ଫେରସ୍ତ ଦିଆଯାଇଛି। ଏନେଇ ଏସିପି ସାଗରିକା ନାଥ ସୂଚନା ଦେଇଛନ୍ତି। ସୂଚନାନୁଯାୟୀ, ଶୁକ୍ରବାର ରାତିରେ ବାଲିଘାଟ ନିକଟରେ କିଛି ସନ୍ଦିଗ୍ଧ ଯୁବକ ଠିଆ ହୋଇଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ସନ୍ଦେହ ହେବାରୁ ଟାଉନ ଥାନା ପୁଲିସକୁ ଖବର ଦେଇଥିଲେ। ଟାଉନ ଥାନା ପୁଲିସ ସେଠାରେ ପହଁଚି ଯୁବକଙ୍କୁ କାବୁ କରିଥିଲେ। ସେମାନଙ୍କ ନିକଟରୁ ୨ଟି ଖଣ୍ଡା, ୨ଟି ସୁତୁଲି ବୋମା ଜବତ ହୋଇଥିଲା। ପରେ ସେମାନଙ୍କୁ ଥାନାକୁ ଆଣି ତଦନ୍ତ ଆରମ୍ଭ କରିଥିଲା। ଶେଷରେ ଏହି ଗ୍ୟାଙ୍ଗ ବାଇକ୍ ଚୋରି କରୁଥିବା ଅଭିଯୋଗକୁ ସ୍ଵୀକାର କରିଥିଲେ। ଏହାପରେ ପୋଲିସର ଏକ ଟିମ୍ ଆଲୁଆ ସ୍ଥିତ ଏକ ସ୍ଥାନରେ ଚଢ଼ାଉ କରି ୧୭ ବାଇକକୁ ଜବତ କରିଥିଲା। ଚୋରା ବାଇକକୁ ଲୁଟେରାମାନେ ମଦ ବେପାରୀ କିମ୍ବା କାଠ ବେପାରୀଙ୍କୁ ବିକ୍ରି କରୁଥିବା ସ୍ଵୀକାର କରିଥିଲେ। ଗିରଫ ଲୁଟେରାଙ୍କ ନାମରେ ପୂର୍ବରୁ ବହୁ ଅପରାଧିକ ମାମଲା ରହିଛି। ଏନେଇ ଏସିପି ସାଗରିକା ନାଥ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସିଟି ଡିଏସପି ଶୁଭ୍ରାଂଶୁ ନାୟକ, ଟାଉନ ଥାନା ଆଇଆଇସି ଅଶୋକ ନାୟକ ଉପସ୍ଥିତ ଥିଲେ।

jittmm
Leave A Reply

Your email address will not be published.