csstore

ଗୋପାଳପୁର ଆଶ୍ରମ ବିଦ୍ୟାଳୟରେ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ସ୍ଥିତ ଆଶ୍ରମ ବିଦ୍ୟାଳୟରେ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଅଗ୍ରଣୀ ସାମାଜିକ ସେବା ସଙ୍ଗଠନ ଜନ କଲ୍ୟାଣ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ଦେଶର ୭୮ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ଭଟଲି ବ୍ଲକ୍ ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ପାଇଁ ସହିତ ଟ୍ରଷ୍ଟର ସମସ୍ତ କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ । ସ୍ୱତନ୍ତ୍ର ଅତିଥି ଭାବରେ ଯୋଗଦେଇ ସମାଜସେବୀକା ଶ୍ରୀମତୀ ଅଞ୍ଜନା ଦାଶ ଭଟଲି ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଜନ କଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ପାଇଁ ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବରେ ମିଲେଟ୍ ମିଶନର ସୁଶ୍ରୀ ସୁନନ୍ଦା ସେଠ୍, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମ ହନୁମନ୍ତ ରେଡ୍ଡୀ ଯୋଗ ଦେଇଥିବା ବେଳେ ଟ୍ରଷ୍ଟର ପ୍ରତିଷ୍ଠାତା ମୁକୁନ୍ଦ ଦାଶ ଭଟଲି ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଜନ କଲ୍ୟାଣ ମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ । ଆୟୋଜକ ଶିକ୍ଷାନୁଷ୍ଠାନ ମାନଙ୍କର ମୁଖ୍ୟଙ୍କୁ ମାନପତ୍ର ଏବଂ ସାଧାରଣ ଜ୍ଞାନ ଓ ଚିତ୍ରାଙ୍କନ ପ୍ରତିଯୋଗିତାର ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା । ଜନ କଲ୍ୟାଣ ସେବା ଟ୍ରଷ୍ଟର ଆଜୀବନ ସଦସ୍ୟତା ଗ୍ରହଣ କରିଥିବା ଭଟଲି ବ୍ଲକ୍‌ର ପରିବେଶବିତ୍ ତଥା ଶିକ୍ଷକ ସଞ୍ଜୟ ଖମାରୀ, ଶିକ୍ଷକ ଉଚ୍ଛବ ଭୁଏ, ଶିକ୍ଷୟିତ୍ରୀ ଯମୁନା ଭୁଏ, ପ୍ରକୃତିବନ୍ଧୁ ଦୟାନିଧି ପଧାନ, ପ୍ରକୃତିବନ୍ଧୁ ଚନ୍ଦ୍ରକାନ୍ତ ସାହୁ, ଶିକ୍ଷକ ଆଶିଷ କୁମାର ରଥ, ଶିକ୍ଷକ କୈଳାସ ଭୁଏ, ଶିକ୍ଷକ କୃଷ୍ଣ କେଦାର ସାହୁ, ଶିକ୍ଷକ ନିମାଇଁ ଚରଣ ପତି ଏବଂ ଅଙ୍କିତା ପଣ୍ଡିତଙ୍କୁ ଅନୁଷ୍ଠାନ ତରଫରୁ ଉପଢୌକନ ସହ ପ୍ରମାଣ ପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ଚନ୍ଦ୍ରକାନ୍ତ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶିକ୍ଷକ ସଞ୍ଜୟ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.