ବରିଷ୍ଠ ନାଗରିକଙ୍କ ପକ୍ଷରୁ ରୋଗୀଙ୍କୁ ଫଳ ବଣ୍ଟନ : ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ପ୍ରଦାନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ୱାଧୀନତା ଦିବସ ଅବସରରେ ଲୋଇସିଂହା ସିନିୟର୍‌ ସିଟିଜନ୍‌ ଆସେମ୍ୱଲି ପକ୍ଷରୁ ସ୍ଥାନୀୟ ଡ଼ାକ୍ତରଖାନା ପରିସରରେ ରୋଗୀଙ୍କୁ ଫଳ ବିତରଣ କରାଯାଇଛି । ହସ୍ପିଟାଲ ଇନ୍‌ଚାର୍ଜ ଡା. ଶେଖରଲାଲ ପଧାନଙ୍କ ଉପସ୍ଥିତିରେ ଆସେମ୍ୱଲିର ଗଜାନନ ଅଗ୍ରୱାଲ, ବିଭୁତି ଭୂଷଣ ସାହାଣୀ, ବିଶ୍ଵନାଥ ଭୂୟାଁ, ସାବତ ନାଗ, ସମାରୁ ପଧାନ ପ୍ରମୁଖ ରୋଗୀ ତଥା ତାଙ୍କ ପରିଜନଙ୍କୁ ଫଳ ବଣ୍ଟନ କରିଥିଲେ । ସେହିପରି ସ୍ଥାନୀୟ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମଧ୍ୟ ବରିଷ୍ଠ ନାଗରିକଙ୍କ ତରଫରୁ ଖାତା, ଡ଼ଟ୍ ପ୍ରମୁଖ ପାଠ୍ୟ ଉପକରଣ ଦିଆଯାଇ ଅଧ୍ୟୟନରେ ମନୋନିବେଶ କରିବା ସକାଶେ ଉତ୍ସାହିତ କରାଯାଇଥିଲା ।

Leave A Reply

Your email address will not be published.