ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରାରେ ୭୮ତମ ସ୍ୱାଧିନତା ଦିବସ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଗୁଡଭେଲା ବ୍ଲକ୍ ତଥା ତୁଷୁରା ଏନ୍ଏସି ଅଧିନସ୍ଥ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ୭୮ତମ ସ୍ୱାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇଥିଲେ । ଏଥିରେ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଅଭିଭାବିକା, ପରିଚାଳନା ସମିତିର ସଦସ୍ୟ, ସଦସ୍ୟା ଯୋଗ ଦେଇଥିଲେ । ଏନ୍ଏସି ସ୍ତରୀୟ ପ୍ୟାରେଡରେ ସ୍କୁଲ୍ ବେଷ୍ଟ ପ୍ୟାରେଡ୍ ଦଳ ଭାବରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବେଷ୍ଟ କମାଣ୍ଡର ଭାବେ ଉକ୍ତ ବିଦ୍ୟାଳୟର କମାଣ୍ଡର ଶୁଭମ୍ ଠେଲା ଏବଂ ଉକ୍ତ ବିଦ୍ୟାଳୟର ଛାତ୍ରୀ ଚିନ୍ମୟୀ, ଜିନା, ପାୟଲ, ରିୟା ଓ ସ୍ନେହାକୁ ନେଇ ଗଠିତ ସାଂସ୍କୃତିକ ଦଳ ଉଚ୍ଚ କୋଟୀର କଳା ପ୍ରଦର୍ଶନ କରି ଦ୍ୱିତୀୟ ସ୍ଥାନ ଅଧିକାର କରି ସ୍କୁଲ ପାଇଁ ଗୌରବ ଆଣି ଦେଇଛନ୍ତି । ଆଜିର କାର୍ଯ୍ୟକ୍ରମରେ ପରିଚାଳନା ସମିତିର ଉପସଭାପତି ଜନନୀ ଧରୁଆ, ସଦସ୍ୟ ଟୁନା ସୁନା, ସିଦ୍ଧେଶ୍ୱର ନାଗ, ଅଶୋକ ଛତ୍ରିଆ, ବିପିନ କୁମ୍ଭାର, ପ୍ରବୀଣ ମହାନନ୍ଦ ସଦସ୍ୟା ସୌଦାମିନୀ ମହାନନ୍ଦ ସହକାରୀ ଶିକ୍ଷୟିତ୍ରୀ ପ୍ରଶାନ୍ତି ଦାଶ, ରଞ୍ଜିତା ନାଗ ଓ ବିନ୍ଦୁ ମହାଣା ସହଯୋଗ କରିଥିଲେ ।

Leave A Reply

Your email address will not be published.