csstore

ବୃକ୍ଷରୋପଣ ଅତ୍ୟନ୍ତ ଜରୁରୀ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ତାପମାତ୍ରା ବୃଦ୍ଧିକୁ ରୋକିବା ସହ ପରିବେଶ ସନ୍ତୁଳନ ବଜାୟ ରଖିବାକୁ ପର୍ଯ୍ୟାପ୍ତ ବୃକ୍ଷରୋପଣ ଅତ୍ୟନ୍ତ ଜରୁରୀ । ସମସ୍ତେ ଗଛ ଲଗାଇ ଭୁଲି ଯାଉଥିବା ବେଳେ ରୋପିତ ଚାରାର ସୁରକ୍ଷା, ଯତ୍ନ ଓ ଅଭିବୃଦ୍ଧିର ସଂକଳ୍ପ ନେଇଛନ୍ତି ମୁରସୁଣ ଗାଁର ସଚେତନ ଯୁବ ସମାଜ । ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ମୁରସୁଣ ସ୍ପୋର୍ଟସ ଆସୋସିଏସନ୍ ପକ୍ଷରୁ ୭୮ ତମ ସ୍ୱାଧୀନତା ଦିବସ ଅବସରରେ ଏକ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆସୋସିଏସନ୍‌ର ବରିଷ୍ଠ ଉପଦେଷ୍ଟା ଗୋପାଳ ପଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହାପାତ୍ର କୂଳଦୀପ ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ମୁଖ୍ୟବକ୍ତା ପିକେଏସ୍‌ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ମୃତ୍ୟୁଞ୍ଜୟ ସାହୁ ଟୁଗେଦର୍‌ ଟୁଡେ ଫର୍‌ ଟୁମୋରୋ ବାର୍ତ୍ତାକୁ ପ୍ରସାରିତ କରିବାପାଇଁ ଆହ୍ୱାନ ରଖିଥିଲେ । ଅନୁଷ୍ଠାନର ସଭାପତି ବିରେନ୍ଦ୍ର ପଧାନ କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ ସମ୍ପାଦକ ସୁରେଶ ପଧାନ ଆଗାମୀ ଦିନରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଅବସରପ୍ରାପ୍ତ ସୈନିକ ବିଜୟ ବିଶ୍ୱାଳ, ସୁଶାନ୍ତ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ବିକାଶ ସାହୁ, ଜିତେନ୍ଦ୍ର ପଧାନ, ବିକି ନାଏକ, ଆଲୋକ ପଧାନ, ଶ୍ରୀବତ୍ସ ପଧାନ, ପ୍ରଶାନ୍ତ ସାହୁ, ସଚିନ୍ ବିଶ୍ୱାଳ, ଅଭିଷେକ ସେଠ୍, କପିଳାସ ପଧାନ, ପିଙ୍କୁ, ସ୍ୱାଗତ ସେଠ୍ ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.