ଲାଠୋର ବିଡ଼ିସିସି ବ୍ୟାଙ୍କ୍ ମ୍ୟାନେଜରଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ସମିତି ବ୍ୟାଙ୍କର ଲାଠୋର ଶାଖା ପରିଚାଳକ ସାଗର ରଣାଙ୍କ ଟିଟିଲାଗଡ ସ୍ଥିତ ବାସଭବନରେ ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି । ଏକା ସାଙ୍ଗରେ ଲାଠୋର ବ୍ୟାଙ୍କ୍ ଅଫିସରେ ଓ ଘୁନସରରେ ଥିବା ସାଗର ରଣାଙ୍କ ଶଶୁର ଘରେ ଚଢ଼ାଉ ଚାଲିଛି । ବଲାଙ୍ଗିର ଭିଜିଲାନ୍ସ ଡ଼ିଏସପି କାଦମ୍ବିନୀ ସାମଲଙ୍କ ନେତୃତ୍ବରେ ଭିଜିଲାନ୍‌ସ୍‌ର ଏକ ୧୨ ଜଣିଆ ଦଳ ଏହି ଚଢ଼ାଉ ଜାରି ରଖିଛନ୍ତି । ବଲାଙ୍ଗିର, ବରଗଡ ଓ ସମ୍ବଲପୁର ଭିଜିଲାନ୍ସ ଏକତ୍ର ମିଶି ଚଢ଼ଉ କରିଛନ୍ତି । ଶ୍ରୀ ରଣା ପ୍ରଥମେ ପାକ୍‌ସ୍‌ ସେକ୍ରେଟାରୀ ଭାବେ ଯୋଗ ଦେଇଥିବା ବେଳେ ପରେ ପରେ ସୁପରଭାଇଜର୍‌ ପଦକୁ ଉନ୍ନୀତ ହୋଇଥିଲେ । ସେ ଏବେ ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ସମିତି ବ୍ୟାଙ୍କ୍ ଲାଠୋର ଶାଖା ମ୍ୟାନେଜର ଭାବେ କାର୍ୟ୍ୟରତ । ଖୋଳତାଡ଼ ଚାଲିଛି ତା‌ଙ୍କ ଆୟବର୍ହିଭୂତ ସମ୍ପତିର ତାଲିକା । ତେବେ ଏ ସଂପର୍କରେ ବିଶେଷ ରିପୋର୍ଟ ଏଯାଏଁ ଆସି ପାରିନାହିିଁ ।

Leave A Reply

Your email address will not be published.