oom

ଫୁଲକିମୁଣ୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ତରଫରୁ ହରିଶଙ୍କରଠାରେ ପ୍ରକୃତି ଶିବିର ଅନୁଷ୍ଠିତ

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଫୁଲକିମୁଣ୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଇକୋ କ୍ଲବ୍ ଛାତ୍ରଛାତ୍ରୀମାନଙ୍କୁ ନେଇ ହରିଶଙ୍କର ବନବିଭାଗ କାର୍ଯ୍ୟାଳୟଠାରେ ଏକ ପ୍ରକୃତି ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ, ଶିକ୍ଷକ, ପରିଚାଳନା କମିଟି ସଦସ୍ୟ ଏହି ଏକ ଦିବସୀୟ ଶିବିରରେ ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ଲାଷ୍ଟିକ୍‌ ମୁକ୍ତ ପରିବେଶ, ଜଳ, ଜମି, ଜଙ୍ଗଲ ସୁରକ୍ଷା ଉପରେ ଆଧାରିତ ଦୁଇଗୋଟି କ୍ଷୁଦ୍ର ନାଟକ ପ୍ରଦର୍ଶନ କରାଯାଇଥିବା ବେଳେ ବକ୍ତୃତା ପ୍ରତିଯୋଗିତା, ନୃତ୍ୟ ପ୍ରତିଯୋଗିତା ଏବଂ ଏକକ ଅଭିନୟ ପ୍ରଦର୍ଶନ କରାଯାଇଥିଲା । ପ୍ରକୃତି ସୁରକ୍ଷା ସମ୍ବନ୍ଧୀୟ ସ୍ଲୋଗାନ ଦେଇ ଏକ ସଚେତନତା ରାଲିରେ ସାମିଲ୍ ହୋଇଥିଲେ ସମସ୍ତ ଶିବିରାର୍ଥି । ହରିଶଙ୍କର ବନବିଭାଗର ଡେପୁଟି ରେଞ୍ଜ୍‌ର ସୁନୀଲ ମିଶ୍ର ଏବଂ ପରିବେଶବିଦ୍ ତଥା ବରିଷ୍ଠ ସାମ୍ବାଦିକ ଅଭୟ କୁମାର ତ୍ରିପାଠୀ ଯୋଗଦେଇ ଶିବିରାର୍ଥୀମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ । ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ପାଣିପାଗ ପରିବର୍ତ୍ତନ ମନ୍ତ୍ରଣାଳୟର ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ଓ ସେଣ୍ଟର୍ ଫର୍ ଏନ୍‌ଭାଇରନ୍‌ମେଣ୍ଟାଲ୍ ଷ୍ଟଡିଜ୍ (ପରିବେଶ, ଜଙ୍ଗଲ ଓ ପାଣିପାଗ ପରିବର୍ତ୍ତନ ମନ୍ତ୍ରଣାଳୟ ଭାରତ ସରକାର)ଙ୍କ ସହଯୋଗରେ ଏହି ପ୍ରକୃତି ଶିବିର ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଶିବିରରେ ବନପାଳ ରଞ୍ଜିତ କୁମ୍ଭାର, ସହଦେବ ପତି, ଗଗନ ସାହୁ, ନିଳୀମା ମିଶ୍ର, ଅତଶି ସାହୁ, ଫକୀର ବିଶ୍ୱାଳ, ମଞ୍ଜୁ କୁମ୍ଭାର, ମହେନ୍ଦ୍ର କାଲସାଏ, ସାମ୍ବାଦିକ ଜ୍ୟୋତି ରଞ୍ଜନ ପଣ୍ଡା, ଅଶୋକ କୁମାର ବାଗ ପ୍ରମୁଖ ବନବିଭାଗ କର୍ମଚାରୀ, ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ଶିବିରାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ବରିଷ୍ଠ ଶିକ୍ଷକ ଭୁବନେଶ୍ୱର ପୃଷ୍ଟି କାର୍ୟ୍ୟକ୍ରମ ସଂଯୋଜନା କରିଥିଲେ ଓ ଧନ୍ୟବାଦ୍ ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.