ଦ ହ୍ୟୁମାନିଟି ସେବା ଫାଉଣ୍ଡେସନ୍ ଦ୍ଵାରା ମେଡିକାଲ୍ ଚେକ୍ ଅପ୍‌ ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଦ ହ୍ୟୁମାନିଟି ସେବା ଫାଉଣ୍ଡେସନ୍ ଦ୍ଵାରା ଲୁହାକେରା ନୋଡାଲ ସ୍କୁଲ୍ ଏକ ମେଡିକାଲ୍ ଚେକ୍ ଅପ୍‌ର ଆୟୋଜନ କରାଯାଇଥିଲା । ସ୍କୁଲର ପାଖାପାଖି ୨୫୦ ପିଲା ଶିବିରକୁ ଆସି ଚିକିତ୍ସା ଲାଭ କରିଥିଲେ । ହାଇଟେକ୍ ହସ୍ପିଟାଲର ଡକ୍ଟର ଲଲାତେନ୍ଦୁ ଆଚାର୍ଯ୍ୟ ଓ ରାଉରକେଲା ସରକାରୀ ହସ୍ପିଟାଲ ଡକ୍ଟର ପୂଜା ପତିଙ୍କ ଦ୍ୱାରା ସ୍ୱାସ୍ଥ୍ୟ ସ୍ଥିତି ଯାଞ୍ଚ କରାଯାଇଥିଲା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରୀ ପରାମର୍ଶ କରାଯାଇଥିଲା ।

ଦ ହ୍ୟୁମାନିଟି ସେବା ଫାଉଣ୍ଡେସନ୍‌ର ଚେୟରମେନ୍ ବିଜୟ ସୁନ୍ଦରାୟ ଓ ରାକେଶ ପ୍ରଧାନଙ୍କ ନିର୍ଦ୍ଦେଶନାରେ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମରେ ଦ ହୁମାନିଟି ଫାଉଣ୍ଡେସନର ପ୍ରେସିଡେଣ୍ଟ ଦୀପ୍ତି ସୁନ୍ଦରାୟ, ଅରୁନ୍ଧତୀ ସ୍ବାଇଁ, କଲ୍ୟାଣୀ ଦାସ, ଲିନା ବିଶ୍ଵାଳ, ଶୁଭଶ୍ରୀ ସ୍ବାଇଁ, ଆଶା ଲତା କର, କାର୍ତ୍ତିକ ରାଉତ ଓ ସୁରେଶ ନନ୍ଦ ସର ପ୍ରମୂଖଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଲତା ପୂର୍ବକ ସମ୍ପନ୍ନ ହୋଇଥିଲା । ନୋଡାଲ ସ୍କୁଲର ପ୍ରଧାନ ଶିକ୍ଷକ ଓ ସିଂ ସାର କାର୍ଯ୍ୟକ୍ରର୍ମରେ ବହୁ ସହଯୋଗ କରିଥିଲେ ।

Leave A Reply

Your email address will not be published.