csstore

ଦେଓଗାଁ ବ୍ଲକର ୬୦ଜଣ ଗୋପାଳକଙ୍କୁ ଗାଈ ଗୁହାଳ ପାଇଁ କାର୍ଯ୍ୟାଦେଶ ବଣ୍ଟନ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ୧୧ଟା ସମୟରେ ଦେଓଗାଁ ବ୍ଲକ ସଭା ଗୃହରେ ଗାଈଗୁହାଲ ନିର୍ମାଣ କରିବା ପାଇଁ ୬୦ଜଣ ଗୋପାଳଙ୍କୁ କାର୍ଯ୍ୟାଦେଶ ଦେଇଥିବା ଜଣାପଡ଼ିଛି । ଦେଓଗାଁ ଏପିଓ ସୁଧାଂଶୁ ଶେଖର ମେହେରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଦୟାନିଧୀ ଖମାରୀ ଓ ସମ୍ମାନୀତ ଅତିଥି ଭାବେ ଦେଓଗାଁ ବିଡିଓ ସୁରେନ୍ଦ୍ର ମେହେର ଯୋଗ ଦେଇଥିଲେ ।

ସୂଚନା ଯୋଗ୍ୟ ଯେ, କାର୍ଯ୍ୟାଦେଶ ପାଇଥିବା ଗୋପାଳକମାନେ ଓମଫେଡ଼ ଦ୍ବାରା ଚୟନ ହୋଇଥିବା ବେଳେ ବଲାଙ୍ଗିର ଜିଳ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ)ରେ ଆବଶ୍ୟକ କାଗଜ ପତ୍ର ଦାଖଳ କରିଲା ପରେ ଚୟନ ହୋଇଥିଲେ । ପ୍ରଥମ ପର୍ଯ୍ୟାୟରେ ଡିଆଡିଏ ପକ୍ଷରୁ ଦେଓଗାଁ ବ୍ଳକ ତଥା ୨୬ଟି ପଞ୍ଚାୟତର ବିଭିନ୍ନ ଗାଁର ୯୯ଜଣ ଗୋପାଳକଙ୍କୁ ଗାଈଗୁହାଳ ନିର୍ମାଣ ପାଇଁ ଚୟନ କରାଯାଇଥିବା ବେଳେ ତନମଧ୍ୟରୁ ୬୦ଜଣ ଗୋପାଳଙ୍କୁ ଗୁରୁବାର ଦିନ କାର୍ଯ୍ୟାଦେଶ ଦିଆଯାଇଥିବା ଏପିଓ ସୁଧାଂଶୁ ଶେଖର ମେହେର କହିଛନ୍ତି ।

jayashree
Leave A Reply

Your email address will not be published.