ତହଁକ୍ କୁଟୁମ୍‌ର ନୂଆଁଖାଇ ଭେଟ୍ ପ୍ରସ୍ତୁତି

ବରଗଡ଼ : ବରଗଡ଼ ଜିଲ୍ଲା କେବାଡ ଗ୍ରାମରେ କବି ଅକୃର ବାଗଙ୍କ ସଭାପତିତ୍ୱରେ ଏକ ସଭାରେ ତହଁକ୍ କୁଟୁମର ନୂଆଁଖାଇ ଭେଟ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଧ୍ୟାପକ ଜଗଦୀଶ ଭୋଇ, କବି ଶ୍ରୀୟାକାନ୍ତ ଦାଶ, କବି ଦୁର୍ବାଦଲ ଖେତି ତହଁକ୍ ସମ୍ପାଦକ ରାଜେଶ ଦଣ୍ଡସେନାଙ୍କ ସମେତ ଗ୍ରାମର ଅନନ୍ତ ବ୍ରତ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ । ଏହି ବୈଠକରେ କେବାଡ ଗ୍ରାମର ଅନନ୍ତ ବ୍ରତ କମିଟିର ସହଯୋଗରେ ତହଁକ୍ କୁଟୁମ୍‌ର ନୂଆଁଖାଇ ଭେଟ୍ – ୨୦୨୩ ପାଳନ କରାଯିବ ବୋଲି କମିଟି ତରଫରୁ ନିଷ୍ପତ୍ତି ନିଆଯାଇଥିଲା । ଆଗାମୀ ଅକ୍ଟୋବର ୧ ତାରିଖ ରବିବାର ଦିନ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି ଅବସରରେ କବିତା ଆସରର ଆୟୋଜନ ରଖାଯାଇଛି । ପ୍ରଥମ ଥର ପାଇଁ ଏହି କମିଟି ତରଫରୁ ଏଭଳି ଏକ ସାହିତ୍ୟ ଆସର କରୁଥିବାରୁ କମିଟି ସଦସ୍ୟମାନଙ୍କ ମଧ୍ୟରେ ଭରପୁର ଉତ୍ସାହ ଥିବା ଦେଖିବାକୁ ମିଳିଥିଲା । ବଡା ଜାକଜମକରେ ଏହି ଉତ୍ସବକୁ ସମାପନ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି । ସଭା ଶେଷରେ ରାଜେଶ ଦଣ୍ଡସେନା ଧନ୍ୟବାଦ ଜଣାଇ ସଭାଟିକୁ ସମାପନ କରିଥିଲେ ।

Leave A Reply

Your email address will not be published.