ପବିତ୍ର ରକ୍ଷା ବନ୍ଧନ ଉତ୍ସବରେ ପତାଞ୍ଜଳି ଯୋଗର ଭଉଣୀମାନେ ଭାଇଙ୍କ ଶୁଭ ମନାସି ହାତରେ ରାକ୍ଷୀ ବାନ୍ଧିଲେ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲା ପତାଞ୍ଜଳି ଯୋଗ ପରିବାର ଆନୁକୂଲ୍ୟରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ମହାସମାରୋହରେ ସେକ୍ଟର-୨୦ କମ୍ୟୁନିଟି ଯୋଗ କେନ୍ଦ୍ର ପରିସରରେ ପାଳନ କରାଯାଇଥିଲା । ଏହି ଅବସରରେ ଏହି ଉତ୍ସବକୁ ରାଜ୍ୟ ସହ ପ୍ରଭାରୀ ଅକୃର ମାର୍ଥା ବୈଦିକ ମନ୍ତ୍ର ଉଚ୍ଚାରଣ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କେନ୍ଦ୍ରର ବରିଷ୍ଠ ଯୋଗ ଶିକ୍ଷକ ତଥା ବିଶ୍ରା ତହସିଲ ପ୍ରଭାରୀ ହେମନ୍ତ କୁମାର ଜେନା ଓ ବରିଷ୍ଠ ଯୋଗ ଶିକ୍ଷକ ଶରତ ଚନ୍ଦ୍ର ଦାସଙ୍କ ଉଦଯୋଗ ଓ ସହାୟତାରେ ସଫଳତାର ସହିତ ସମ୍ପନ୍ନ ହୋଇଥିଲା । ଶ୍ରୀ ମାର୍ଥା ତାଙ୍କ ମାର୍ଗଦର୍ଶନରେ ରାକ୍ଷୀ ପୂର୍ଣ୍ଣିମାର ମହତ ଓ ଏହାର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିବା ସହ ରାକ୍ଷୀ ପୂର୍ଣ୍ଣିମା ତଥା ରକ୍ଷା ବନ୍ଧନ ପର୍ବରେ ଭଉଣୀମାନେ ଭାଇଙ୍କ କୁଶକ ଓ ସୁରକ୍ଷା ସକାଶେ ରାକ୍ଷୀକୁ କବଚ ରୂପେ ବନ୍ଧନ କରି ତାଙ୍କର ଶୁଭ ମନାସୁଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ପ୍ରଭାରୀ ନିତମ୍ବିନି ସ୍ୱାଇଁଙ୍କ ମାର୍ଗଦର୍ଶନରେ ଯୋଗ ଶିକ୍ଷକ ଭଉଣୀ ଓ ସାଧିକାମାନେ ଭାଇଙ୍କୁ ଦୀପରେ ବନ୍ଦାପନା କରି, ପୁଷ୍ପ, ଚନ୍ଦନ ଆଦି ସମର୍ପଣ ପୂର୍ବକ, ମିଠା ଖୁଆଇ ହାତରେ ବଜ୍ର ସଦୃଶ୍ୟ ରାକ୍ଷୀ ବାନ୍ଧି ଭାଇଙ୍କ ସୁରକ୍ଷା ଓ ଶୁଭ ମନାସିଥିଲେ । ଜିଲ୍ଲା ବି ଏସ୍‌ ତି ପ୍ରଭାରୀ ନରେନ୍ଦ୍ର ବେହେରା, ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶଙ୍କ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଯୋଗ ଶିକ୍ଷୟତ୍ରୀ ବିଷ୍ଣୁ ପ୍ରିୟା ଦାଶ, ରଥ ହରି ପାଲ୍, ସବିତା ଜେନା, ସବିତା ସାହୁ, ପ୍ରଫୁଲ୍ଲ ଚନ୍ଦ୍ର ଦାସ, ରାମକୃଷ୍ଣ ପଣ୍ଡା, ଗଙ୍ଗାଧର ତ୍ରିପାଠୀ, ଆର୍‌କେ ବେହେରା, କବିବର ସହା, ଟିକେଶ୍ୱର୍ କାଲୋ, ସନ୍ତୋଷ ତ୍ରିପାଠୀ, ବ୍ରଜକିଶୋର ବଳ, ତୁଷାରକାନ୍ତ ବେହେରା, ସବିତା ପୃଷ୍ଟି, ସନ୍ତୋଷି ବିଶ୍ୱେସ ରାୟ, ସସ୍ମିତା ବେହେରା, ଭରତ ନାୟକ, ପ୍ରଭାତୀ ଦାସ, ନିରୂପମା ନାୟକ, ଦେବାଶିଷ ବେହୁରା, ବିଜୟ ପଢ଼ିଆରି, ମମତା ମଞ୍ଜରୀ ସାହୁ, ଶ୍ରୀନରେଶ ବିଶ୍ଵାଳ, ସୁଭଦ୍ରା ସାହୁ, ଆଶା ଲତା ସାହୁ, ଅନୁସୁୟା ବେହେରା, ପୁଷ୍ପିତା ମହାପାତ୍ର, ଶୃତିରେଖା ସାହୁ, କନକ ସାହୁ, ଅଞ୍ଜଳି ବେହେରା, ପୁଷ୍ପରାନୀ ବେହେରା, ରମେଶ ବେହେରା, ବୁଦ୍ଧ ମହାନ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.