‘ମୋ ପୁସ୍ତକ ରାଇଜ’ ପୁସ୍ତକ ବ୍ୟବହାରର ଅଭିନବ ପ୍ରୟାସ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ଶୁକ୍ରବାର ଦିନ ଅପରାହ୍ନ ୩ ଘଟିକା ସମୟରେ ଲାଇବ୍ରେରୀ ପୁସ୍ତକର ବ୍ୟବହାର ପାଇଁ ବରଗଡ ସରକାରୀ ପ୍ରାଥମିକ ବିଦ୍ୟାଳୟ ଶକ୍ତିନଗରଠାରେ ଏକ ଶୁଭ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ ଯୋଗ ଦେଇଥିଲେ । “ମୋ ପୁସ୍ତକ ରାଇଜ” ଶୀରୋନାମା ଆଧାରିତ ଲାଇବ୍ରେରୀ ପୁସ୍ତକ ବ୍ୟବହାରର ସାପ୍ତାହିକ କାଳାଂଶ ନାମକରଣ ଅଧିକାରୀଙ୍କ ଏକ ଅଭିନବ ପ୍ରୟାସ । ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହାଶୟା ଛାତ୍ର ଛାତ୍ରୀମାନଙ୍କୁ ପୁସ୍ତକ ବଣ୍ଟନ କରି ପୁସ୍ତକ ପଠନର ଉପାଦେୟତା ଓ ଗୁରୁତ୍ୱ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ । ଏହାଦ୍ୱାରା ବିଦ୍ୟାଳୟରେ ଥିବା ସମସ୍ତ ଛାତ୍ରଛାତ୍ରୀ ଲାଇବ୍ରେରୀ ପୁସ୍ତକ ପଠନରେ ସାମିଲ ହୋଇପାରିବେ ଏବଂ ଏହାର ସଦୁପଯୋଗ ହୋଇପାରିବ । ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜିକା ନମିତା ପଟ୍ଟନାୟକ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବୀଣାପାଣି ଜେନା, ପରିଚାଳନା କମିଟିର ସଭାପତି ପୁରୁଷୋତ୍ତମ ବିଶ୍ୱାଳ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ସାମିଲ ହୋଇଥିଲେ ।

Leave A Reply

Your email address will not be published.