csstore

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳନାରେ ଜିଲ୍ଲାର ପ୍ରଥମ ଧାନ ବିହନ ବିକ୍ରୟ କେନ୍ଦ୍ରର ଶୁଭ ଉଦ୍‌ଘାଟନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଜିଲ୍ଲାର ପ୍ରଥମ ମହିଳା ସ୍ୱୟଂ ସହାୟକ ସଦସ୍ୟାଙ୍କ ଦ୍ୱାରା ପରିଚାଳିତ ଧାନ ବିହନ ବିକ୍ରୟ କେନ୍ଦ୍ରର ଶୁଭ ଉଦ୍‌ଘାଟନ ଜିଲ୍ଲାପାଳ ସୁବର୍ଣ୍ଣପୁର ବିମଳେନ୍ଦୁ ରାୟଙ୍କ କର କମଳରେ ଅନୁଷ୍ଠିତ ହୋଇଯାଇଛି । ଏହି ଧାନ ବିହନ ବିକ୍ରୟ କେନ୍ଦ୍ର ମା’ ଭୈରବୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜଟେସିଂହାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ହେବାକୁ ଥିବା ବେଳେ ଏହି କେନ୍ଦ୍ର ଦ୍ୱାରା ସ୍ଥାନୀୟ କୃଷକ ତଥା ଜନସାଧାରଣ ସହଜ ଓ ସୁଲଭ ମୂଲ୍ୟରେ ଚାହିଦା ମୁତାବକ ଧାନ ବିହନ ସହ ଅନ୍ୟାନ୍ୟ କୃଷି ଉପଯୋଗୀ ବିହନ ପ୍ରଭୁତି ପାଇ ପାରିବେ । ଏହି ଉଦ୍‌ଘାଟନ ଅବସରରେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତି ଲୁହା, ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ସହ ଜିଲ୍ଲା ସଂଯୋଜକ ମିଶନଶକ୍ତି କାର୍ତ୍ତିକ ଚନ୍ଦ୍ର ନାୟକ, ବିପିଏସିଏ ବିଥିକା ରାଣୀ ମିଶ୍ର, ବିଏଲ୍‌ସି ରମାକାନ୍ତ ହରିପାଲ ମା’ ଭୈରବୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ମିଶନ ଶକ୍ତି କର୍ମକର୍ତ୍ତା, ସ୍ଥାନୀୟ କୃଷକ ଜନସାଧାରଣ ପ୍ରଭୃତି ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.