ଠେଙ୍ଗାରେ ପିଟି ପିଟି ସ୍ତ୍ରୀକୁ ହତ୍ୟା : ଥାନାରେ ୨ ଅଟକ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପାଳସ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଠେଙ୍ଗାରେ ପିଟି ପିଟି ସ୍ତ୍ରୀକୁ ହତ୍ୟା କଲା ମଦ୍ୟପ ସ୍ୱାମୀ । ହତ୍ୟା ପରେ ବଡ଼ ଭାଇ ସହ ମିଶି ଘର ପଛ ପାଖ ଜଙ୍ଗଲକୁ ପୋଡ଼ିବାକୁ ନେବା ବେଳେ ମୃତଦେହ ଜବତ କଲା ପୁଲିସ । ମୃତ ମହିଳା ଜଣକ ମମତା ଖଟୁଆ ବୋଲି ଜଣାପଡିଛି । ଅଭିଯୁକ୍ତ ସ୍ୱାମୀ ଅଷ୍ଟମ ଖଟୁଆ ଓ ବଡ଼ ଭାଇ ଶିବ ଖଟୁଆ ଥାନାରେ ଥିବା ବେଳେ ଘଟଣାରେ ତଦନ୍ତ ଜାରି ରଖିଛି ପୁଲିସ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।

Leave A Reply

Your email address will not be published.