ତୃତୀୟ ବସନ୍ତ ମଲ୍ଲିକ ମେମୋରିଆଲ ରିଭର ଟ୍ରେକିଂ ଏବଂ ଟ୍ରେନିଂ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଯୁବ ହଷ୍ଟେଲ ଆସୋସିଏସନ୍ ତରଫରୁ ତୃତୀୟ ବସନ୍ତ ମଲ୍ଲିକ ମେମୋରିଆଲ ରିଭର ଟ୍ରେକିଂ ଏବଂ ଟ୍ରେନିଂ କାର୍ଯ୍ୟକ୍ରମ ଝିରପାଣି ସ୍ଥିତ କୋଏଲ ନଦୀ କୂଳରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୁବ ହଷ୍ଟେଲ, ଏନ୍‌ଆଇଟି, ସିଆଇଏସ୍‌ଏଫ୍‌ ତଥା ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ପ୍ରାୟ ୧୨୦ଜଣ ଯୋଗଦେଇ ରାଉରକେଲାର ଜୀବନ ରେଖା କୁହାଯାଉଥିବା କୋଏଲ ନଦୀ ଓ ତାର କୂଳକୁ ଆବର୍ଜନା ଓ ଅଳିଆ ମୁକ୍ତ କରିଥିଲେ । ଆସୋସିଏସନ୍‌ର ଅଧ୍ୟକ୍ଷ ବୁଦ୍ଧଦେବ ବସୁ, ଉପସଭାପତି ପ୍ରତାପ କୁମାର ସ୍ୱାଇଁ, କାର୍ଯ୍ୟକାରୀ ସଂପାଦକ ସରୋଜ ପଟ୍ଟନାୟକ କୋଷାଧ୍ୟକ୍ଷ ସଚ୍ଚିଦାନନ୍ଦ ଲେଙ୍କାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏନ୍‌ଆଇଟିର ସହଯୋଗୀ ପ୍ରଫେସର ଡଃ ଡିପି ଆଚାର୍ଯ୍ୟ ପତାକା ହଲାଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିବା ବେଳେ ଡଃ ସନ୍ତୋଷ ଦାସ, ଡଃ ଉପେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.